ଆଉ ଦିନ କେଇଟା ପରେ ଶୀତଳ ଷଷ୍ଠୀ : ୩ ଦିନ ପାଇଁ ବନ୍ଦ ରହିବ ମଦ ଦୋକାନ

ସମ୍ବଲପୁର : ଆଉ ଦିନ କେଇଟା ପରେ ଶୀତଳ ଷଷ୍ଠୀ । ତେବେ ଏହାକୁ ନେଇ ଜିଲା ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ୩ ଦିନ ପାଇଁ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ତାରିଖ ରାତି ୧୦.୩୦ରୁ ୬ ତାରିଖ ରାତି ୧୦.୩୦ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ କରାଯିବାକୁ ଥିବା ବେଳେ ଏହି ସମୟରେ ଯେଭଳି ଭାବେ ଚୋରା ମଦ କାରବାର ନ ହୁଏ ସେଥିପାଇଁ ସମସ୍ତ ସିସିଟିଭି କ୍ୟାମେରାକୁ ସଚଳ ରଖିବାକୁ କୁହାଯାଇଥିବା ନେଇ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.