Daily Archives

ମୋହନଗିରି ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମପଞ୍ଚାୟତ ପରିସରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦିଲଜିତ ସିଂ,
Read More...

ଭିଜିଲାନ୍ସ ହାତରେ ବନ୍ଧା ହେଲେ ଆରଟିଓ କାର୍ଯ୍ୟାଳୟରେ ଅବସ୍ଥାପିତ ଡାଟା ଏଣ୍ଟ୍ରି ଅପରେଟର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍‌ଟିଓ କାର୍ଯ୍ୟାଳୟରେ ଅବସ୍ଥାପିତ ଜନୈକ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯାହାକି, ବ୍ରହ୍ମପୁର ଦୁର୍ନୀତି ନିବାରଣ ମଣ୍ଡଳ ପକ୍ଷରୁ ଚଢ଼ାଉ ବେଳେ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ଚାଲିଥିବା ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ୩ ଜଣ ଶିକ୍ଷକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାପତି ପୃଥିରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ
Read More...

ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି କିପରି ଶୃଙ୍ଖଳିତ ଏବଂ ଚାପ ମୁକ୍ତ ହୋଇ ଛାତ୍ରୀମାନେ ବୋର୍ଡ଼ ପରୀକ୍ଷା ଦେବେ ଏ ଉପରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆଲୋଚନା ସଭା ଅନୁଷ୍ଠିତ
Read More...

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ବିଧିବ୍ୟବସ୍ଥାର ଏକ ଦିବସୀୟ କର୍ମଶାଳା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫ୍‌ରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ରହିଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଟିଟିଲାଗଡ଼
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୬.୦୧.୨୦୨୪ରୁ ଆରମ୍ଭ ହୋଇଥିବା ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମ ୦୭.୦୨ ୨୦୨୪ରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପର୍ଯ୍ୟାୟ କ୍ରମେ ଲୋକନୃତ୍ୟ, ହସ୍ତାକ୍ଷର ଲିଖନ, ପ୍ରବନ୍ଧ ଲିଖନ, ବକୃତା, ଭଜନ ଗାନ, କୁଇଜ ତଥା କବିତା ଲିଖନ ଆଦି ପ୍ରତିଯୋଗିତା
Read More...

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କିକିରିବେଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ମାଝି । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
Read More...

ସୁନାବେଡ଼ା ଅଭୟାରଣ୍ୟରେ ସିଆରପିଏଫ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ବରକୋଟ ଘାଟି ନିକଟରେ ସିଆର୍‌ପିଏଫ୍‌ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ତେବେ ଯବାନଙ୍କୁ ସାମ୍ନା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।
Read More...