om academy

କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

jsm

ଚେନ୍ନାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚ୍‌ ଆଜି ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରୋହିତ ଶର୍ମାଙ୍କ ବାହିନୀ ମୁମ୍ବାଇ ଇଣ୍ଡିଆନ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା । ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ । ରୋହିତ ୩୨ଟି ବଲ୍‌ ଖେଳି ୪୩ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଡି’କକ୍‌ ୬ଟି ବଲ୍‌ ଖେଳି ମାତ୍ର ୨ ରନ୍‌ ଦଳ ପାଇଁ ଯୋଡ଼ିଥିଲେ । ସେ ବରୁଣ ଚକ୍ରବର୍ତ୍ତୀଙ୍କ ଶୁଭମାନ୍‌ ଗିଲଙ୍କୁ କ୍ୟାଚ୍‌ ଦେଇ କୋଲକାତାର ପ୍ରଥମ ଶିକାର ହୋଇଥିଲେ । ଯୁବ ବ୍ୟାଟ୍‌ସମ୍ୟାନ୍‌ ସୂର୍ୟ୍ୟକୁମାର ଯାଦବ ଦଳ ପାଇଁ ସର୍ବାଧିକ ୫୬ ରନ୍‌ ସଂଗ୍ରହ କରିଥିଲେ । ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ମିଳିଥିଲା । ପାଣ୍ଡ୍ୟା ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ଆଉଟ୍‌ ହେବା ପୂର୍ବରୁ ୧୭ଟି ବଲ ଖେଳି ୨ଟି ଚୌକା ମାରିଥିଲେ । ମୁମ୍ବାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । ଏହି ମ୍ୟାଚ୍‌ରେ କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ୍‌ ସର୍ବାଧିକ ୫ଟି ୱିକେଟ୍‌ ନେଇଛନ୍ତି । କୋଲକାତା ପାଇଁ ପ୍ୟାଟ୍‌ କମ୍ସି ୨ଟି ୱିକେଟ୍‌ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସାକିବୁଲ ହାସନ୍‌ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।

Leave A Reply

Your email address will not be published.