ସାମ୍ବାଦିକ ବାବୁ ଉଠ୍ବସ୍, ଢେକ୍ପହର୍ । ଲେଖୁନ୍ ଲେଖୁନ୍ ନ୍ୟୁଜ୍ଟେ ଲେଖିଦେଲେ ଘର୍ ସାମ୍ନାର ଧାନ୍ ଦଲାଲ୍ ବିଷୋ ଥି । ନ୍ୟୁଜ୍ ବାହାରୁନ୍ ସାଏର୍ ସର୍କାରୀ ଲୋକ ମାଡ଼ି ବସ୍ଲେ । ବେନିଅମ୍ ଥି ଗଦା ହେଇଥିବାର୍ ଧାନ୍ ବି ଜବତ୍ କଲେ । ହେଲେ ସରକାରୀ ଲୋକ ଗଲା ଉତ୍ରୁ ଧାନ୍ ଦଲାଲ୍ ବାବୁ ଜଜର୍ମାନ୍ । ଗାଁ ଖୁଇଲ୍ ଥି ବାହାଁ ପିଟି ପିଟି ନାଚୁଛନ୍ । “ତାର୍ ବୁଆର୍ ଦିନର୍ ସାମ୍ବାଦିକ୍ ହେଇଛେ! ମୋର୍ ଯେତ୍କି ନୁକ୍ସାନ୍ ହେଇଛେ, ତାର୍ ଦୁଇଗୁନା ନୁକ୍ସାନ୍ ନେଇଁ ହେବାର୍ ତକ୍ ମୋର୍ ମନ୍ ଶୀତଲ୍ ନେଇଁ ହୁଏ । ଗାଁ ମଝାଖୁଲି ତାହାକେ ହାନି ଦେମି… କାଟି ଦେମି…. ।’ ସାମ୍ବାଦିକ୍ ବାବୁ ଗାଁ ନୁ ଫେରାର୍ ହେଇ ଥାନା ଥି ବସିଛନ୍ । ଥାନା ବାବୁ କେ ଗୁହାରୁଛନ୍ ତାକର୍ ଦୁଖ୍ । ଛନେକେ ଘଡେ଼କେ ଘରୁ ତାକର୍ ଘର୍ନୀ ଫୋନ୍ କରୁଛନ୍ ଆର୍ ଧାନ୍ ଦଲାଲ୍ ନାଚୁଛେ, ହୁଡ଼ୁଛେ, କୁଦୁଛେ ବଲି ବଡ଼ା ଗୁଲ୍ଗୁଲା ହେଇ କହୁଛନ୍ । ଇ’ ସବୁ କଥାକେ ନେଇକରି ଗୁଟେ ଲେଖା ବି ଦେଲେ ସାମ୍ବାଦିକ ବାବୁ ଥାନା ଥି । ଦୁଇ ପହର୍ ନୁ ରାତିର୍ ନ’ ବାଜିଗଲା । ପୁଲିସ୍ ଟେସନ୍ ନୁ କେହେନ୍ସି ବି ପୁଲିସ୍ ତାକର୍ ଗାଁ କେ ଯିବାର୍କେ ନେଇଁ ବାହାର୍ଲେ । ଥାନା ବାବୁ ଶେଷ୍କେ ବଏଲେ, “ସାମ୍ବାଦିକ ଆଜ୍ଞା! ଆପଣ୍ ଆପଣ୍ଙ୍କର ଗାଁ କେ ଯଉନ୍ । ସକାଲୁ ଆଏବେ କିଛି ଗୁଟେ ବିଚାର୍ କର୍ମା ।’ ସାମ୍ବାଦିକ୍ ବାବୁ ମୁଁଡ଼ ସୁଆଁଲି ସୁଆଁଲି ଅଧ୍ରାଏତ୍ କେ ଲୁକି ଛପି କରି ଗାଁ କେ ଗଲେ । ସାକଲ୍ ପାଏଲା କି ନେଇଁ, ଫେର୍ ଜୀବନ୍ ଆକୁଲେ ଆଠ୍ ଦଶ୍ କିଲୋମିଟର୍ ଦୂରେ ଥିବାର୍ ପୁଲିସ୍ ଟେସନ୍ କେ ପୁହୁଁଚି ଆଏଲେ ସାମ୍ବାଦିକ ବାବୁ । ଥାନା ବାବୁ ସବୁଦିନର୍ ବାଗିର୍ ଦଶ୍ ବଜେ ଉତ୍ରୁ ଥାନାକେ ଆଏଲେ । ସାମ୍ବାଦିକ୍ ବାବୁ କେ ଦେଖିକରି ଟିକେ ହଁସି ଦେଲେ ଆର୍ ବସ୍ବାର୍ ଲାଗି ବି କହେଲେ । ସାମ୍ବାଦିକ୍ ବାବୁ ହତାସି ହେଇ ବସିଥା’ନ୍ ଥାନା ବାବୁଙ୍କର ସାମ୍ନା ଥି । ଘଡେ଼ ଗଲା ଉତ୍ରୁ ଧାନ୍ ଦଲାଲ୍ ବାବୁ ତାକର୍ ଜନେ ଦୁଇ ଜନ୍ ଚେଲା ଧରିକରି ଥାନା କେ ପୁହୁଁଚିଲେ । ଥାନାବାବୁଙ୍କର୍ ସାଙ୍ଗେ ଭେଟ୍ ହେଇ କରି ହେଲୋ ହାଏ ହେଲେ ଆର୍ ସାମ୍ବାଦିକ୍ ବାବୁଙ୍କର ନାଁ ଥି ଗୁଟେ ଅର୍ଜି ଲେଖିକରି ଦେଲେ । ସେ ତାକର୍ ଅର୍ଜି ଥି ସାମ୍ବାଦିକ୍ ବାବୁ ଲୁକି କରି ତାକର ଘର୍ନୀଙ୍କର ଭିଡ଼ିଓ ଉଠଉଛନ୍ ବଲି ଅଭିଯୋଗ ଆନିଥା’ନ୍ । ଅର୍ଜି ଦେଇ କରି ଧାନ୍ ଦଲାଲ୍ ବାବୁ ମଟର୍ ସାଇକଲ୍ ବୁଘି କରି ଭୁର୍ କରି ପଲେଇ ଗଲେ ।
ସାମ୍ବାଦିକ୍ ବାବୁ ସୁକୁଡ଼୍ଦୁମ୍ । ଆବାକାବା ହେଇ ଚାର୍ହି ଆଡ଼୍କେ ଦେଖୁଥା’ନ୍ । ଥାନାବାବୁଙ୍କୁ କହେବାର୍ ଲାଗି କିଛି କଥା ତାକର୍ ପାଖେ ଆର୍ ନେଇଁ ଥାଇନ’ ମେତାନ୍ ତାହାକୁ ଲାଗୁଥାଏ । କେନ୍ତା କରି ଏନ୍ତା କଥା ଟେ ସେ ଆଜ୍ଞା ତାଙ୍କର୍ ନାଁ ଥି ଲେଖିକରି ଦେଲେ, ସେ କଥାର୍ ମୂଲ୍ ଅଁତ୍ କିଛି ତାକର୍ ଦିମାଗ୍ କେ ଆସୁ ନେଇଁଥାଇ । ବଡ଼ା ମୁସ୍କିଲ୍ ଥି ପଡ଼ିଗଲେ । ହେତ୍କି ବେଲ୍କେ ଥାନା ବାବୁ ତାକର୍ ପିଠି ହାତ୍ ଦେଇକରି କହେଲେ – କିଛି କଥା ନେଇଁ । ଦେଖ୍ମା! ବାଟ୍ ଟେ ବାହାର୍ କର୍ମା । ଚିନ୍ତା ନେଇଁ କରୁନ୍ ।
ସାମ୍ବାଦିକ୍ ବାବୁ ଖୁସୁର୍ ମୁସୁର୍ ହେଇ ଥାନା ବାହାର୍ କେ ଆଏଲେ । ସାମ୍ନା ଥି ତାକର୍ ମଟର୍ ସାଇକେଲ୍ ତାହାକୁ ଟାକିଥାଏ । ଆଘର୍ ଚାହା ଦୁକାନ୍କେ ଟରୋ ଟରୋ ଗଲେ ଆର୍ ଢକ୍ ଢକ୍ କରି ମଗେ ପାଏନ୍ ପିଇଦେଲେ । ଟଁଟି ବି ଧରିଦେଲା ଥରେ । ଖାଁସି ଖାଁସି ଅଥା । ଅଲାଜିଆଁ ହେଇ ଗଲା ଉତ୍ରୁ ମନେ ମନେ ଭାବୁଥା’ନ୍ – ବଡ଼ା ମୁସ୍କିଲ୍ ଆଜିର୍ ଇ’ ଶାସନ୍ ବ୍ୟବସ୍ଥା । କାହାରିର୍ ଉପରେ ଆର୍ ଭର୍ସା ନେଇଁ କରିହୁଏ ।