om academy

ଦେଓମାଳି ପର୍ବତ ଶିଖରରେ ତ୍ରିରଙ୍ଗା ଉଡାଇଲେ ଉଦିତ ବିଶ୍ୱାଳ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଂଚାୟତର ହୁମା ଗ୍ରାମ ଚନ୍ଦ୍ରଶେଖର ସାହିର ସୁକାନ୍ତ ବିଶ୍ୱାଳଙ୍କ ପୁତ୍ର ଉଦିତ ବିଶ୍ୱାଳ ଦେଓମାଳି ପର୍ବତ ଆରୋହଣ କରି ଶିଖରରେ ପହଞ୍ଚିଥିଲେ । ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଉଡାଇଥିବା ଜଣା ପଡିଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ସେ ୧୬୭୨ ମିଟର ପର୍ବତ ଚଢି ଜଣେ ଯୁବ ପର୍ବତାରୋହୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ଏହି ସାହାସିକତା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି । ସେ ୧୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବାରୁ ଜଣେ ସର୍ବ କନିଷ୍ଟ ଯୁବକ ଭାବରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ସେ ବର୍ତ୍ତମାନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି । ଏହି ସଫଳତା ପାଇଁ ଆଇଡ଼ବ୍ଲ୍ୟୁଆର୍‌ ଫାଉଣ୍ଡେସନ ଜାମସେଦପୁର, ଝାଡଖଣ୍ଡ ଇଣ୍ଡିଆ ତରଫରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.