
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ୍ ରାସ୍ତା କଡ଼ରେ ଥିବା ଏକ ଶାଗୁଆନ ଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି ଘଟଣା ସହ ଜଡିତ, ସେନେଇ ପୋଲିସ ତଦନ୍ତ ପରେ ଜଣାପଡ଼ିବ । ବର୍ତ୍ତମାନ ପର୍ଯ୍ୟନ୍ତ ଶବ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।