
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ କାର୍ଯ୍ୟାଳୟଠାରେ ଶୁକ୍ରବାର ରବି ଋତୁ ପାଇଁ ଏକ ଅସ୍ଥାୟୀ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନିତ ଅତିଥି ସିରୋଲ ସରପଞ୍ଚ ଲୋଚନା ବଗର୍ତ୍ତୀ, ପେକ୍ସ ସଭାପତି ଧନଞ୍ଜୟ ମହାନନ୍ଦ, ଏଆର୍ସିଏସ୍ ସୁରେନ୍ଦ୍ର ମୋହନ ସିଂ, ଏସିଏସ୍ଓ ଗୋକୁଳ ଚନ୍ଦ୍ର ଭୋଇ, ପେକ୍ସ ସମ୍ପାଦକ ସତ୍ୟନାରାୟଣ ନାଗ, ପେକ୍ସ ଡିଇଓ ଆଲୋକ ବେହେରା, ପେକ୍ସ ସଭ୍ୟ ଶ୍ରୀପତି ବଗର୍ତ୍ତୀ, ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ଜହର ପ୍ରଧାନୀ, ତପି ସିଂ ପ୍ରଧାନୀ, ପିଅନ ରୀନା ସାହୁ, ନବୀନ ହାତୀଙ୍କ ସହିତ ଶତାଧିକ ଚାଷୀ ଉପସ୍ଥିତ ହୋଇ ସମସ୍ତ ଉଦଘାଟନୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଚଳିତ ରବି ଋତୁ ପାଇଁ ସିରୋଲ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅସ୍ଥାୟୀ ଧାନ ମଣ୍ଡି ଉଦଘାଟିତ ହୋଇଥିବାରୁ ସ୍ଥାନୀୟ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।