୨୮ତମ ସଦାଇପାଲି ଗଜଲକ୍ଷ୍ମୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌): ସଦାଇପାଲି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୨୮ତମ ଗଜଲକ୍ଷ୍ମୀ ପୂଜା କମିଟିର ସୋମବାର ଦିନ ସନ୍ଧ୍ୟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନର ଉଦଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜକ ଫକୀର ମୋହନ ଥାଟିଙ୍କ ଆୟୋଜନରେ ଓ ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ, ପୂର୍ବତନ ସଦର ବ୍ଲକ ଅଧକ୍ଷ ତଥା ସଦାଇପାଲି ପଞ୍ଚାୟତର ସମିତି ସଭ୍ୟ ଗୋଲାପ ବାଗ ମଞ୍ଚାସୀନ ଥିଲେ । ଏହି ସଭାରେ ବିଧାୟକ ଶ୍ରୀ ସିଂହଦେଓ ସଦାଇପାଲିର ପୋଖରୀର ଉନ୍ନତି କରଣ, ଛକ ଉପରେ ଏକ ଅତ୍ୟାଧୁନିକର ଆଲୋକ ଲାଇଟର ବ୍ୟବସ୍ଥା ଏବଂ ସଦାଇପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗେଟ୍‌ର ଅତିଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଶୃତି ଦେଇଥିଲେ । ସଭାକୁ ସଭାପତି ଶ୍ରୀ ମିଶ୍ର ପରିଚଳନା କରିଥିବା ବେଳେ ସମ୍ପାଦକ ପଞ୍ଚାନନ ମିଶ୍ର ଧନ୍ୟବାଦ ଦେଇଥିଲେ । ବିଜୟ ସାଏ, ଶମ୍ଭୁ ନାଏକ, ରାଜେନ୍ଦ୍ର ମିଶ୍ର, ନିକୁ ଥାଟି, ଟିକୁ ସାଏ, ପରାଭଞ୍ଜ ସାଏ, ସମୀର କାରଣ ଙ୍କ ସମେତ ସମସ୍ତ କମିଟିର ସଦସ୍ୟ ଗ୍ରାମବାସୀ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କୀର୍ତ୍ତନ ଧାରା ଅନିଷ୍ଠିତ ହୋଇଥିଲା ।

Leave A Reply

Your email address will not be published.