jsm

ବଲାଙ୍ଗିର ପୌରପରିଷଦ ତରଫରୁ ସହରାଞ୍ଚଳର ନବନିର୍ମିତ ବିଭିନ୍ନ ରାସ୍ତାର ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ସହରାଞ୍ଚଳର ନବନିର୍ମିତ ବିଭିନ୍ନ ରାସ୍ତାର ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ । ଆଜି ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ସହରାଞ୍ଚଳର ନବନିର୍ମିତ ରାଜିବ ନଗର ରାସ୍ତା, ଚମାର ଟିକ୍ରା ରାସ୍ତା, ସୁନାରୀ ଗଲି, ପୁରୁଣା ଆରଟିଓ ଅଫିସ ଛକରୁ ପାଟଣା ଛକ ରାସ୍ତାର ଉଦ୍‌ଘାଟନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜିବ ନଗର ରାସ୍ତା ୨୦ ଲକ୍ଷ ଟଙ୍କା, ଚମାର ଟିକ୍ରା ରାସ୍ତା ୧୫ ଲକ୍ଷ ଟଙ୍କା, ସୁନାରୀ ଗଲି ରାସ୍ତା ୨୦ ଲକ୍ଷ ଟଙ୍କା, ପୁରୁଣା ଆରଟିଓ ଅଫିସ ଛକରୁ ପାଟଣା ଛକ ରାସ୍ତା ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଉନ୍ନତିକରଣ ହୋଇଯାଇଛି । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ୱାର୍ଡ କାଉନସିଲର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡୀ ଏବଂ ପୌରପାଳିକାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.