ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୋର : ସପ୍ତାହେ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସୋର ଥାନା ପଠାଣ ମହାଲ୍ଲା ଗ୍ରାମର ଶେଖ ଜୁଲଫୁକର ଗତ ତିନି ତାରିଖ ଅପରାହ୍ଣରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ସୋର ଥାନାରେ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ । ମଧ୍ୟାହ୍ନରେ ସୋର ଥାନା ସାଦମାପୁର ଜଙ୍ଗଲରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସମୟରେ ତାହା ଶେଖ ଜୁଲଫୁକରଙ୍କର ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଜଣାଇଥିଲେ । ପରିବାର ଲୋକେ ସେଠାରେ ପହଂଚି ଶବକୁ ଚିହ୍ନିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.