
- ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍ସି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୬ଟି ପଡିଆରେ ହୋଇଯାଇଛି । ଖୁଜେନପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ୭-୦ ଗୋଲରେ ବ୍ଲୁ ମାଉଣ୍ଟେଣ୍ଡକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ରିଜର୍ଭ ପୋଲିସ ୧-୦ ଗୋଲରେ ସାଇଟ ସଦାଇପାଲିକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟଅତିଥି ଭାବେ ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଯୋଗ ଦେଇଥିବା ବେଳେ ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ପୂର୍ବତନ ଖେଳାଳି ପ୍ରଦୀପ ମହାରଣା, କ୍ରୀଡା ସଂଗଠକ ଆଦିତ୍ୟ ପଟ୍ଟନାୟକ ଓ ଅଶୋକ ପ୍ରଧାନ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ବିକେସି ୟୁନାଇଟେଡ୍ ୩-୦ ଗୋଲରେ ଗେର୍ଡିକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟଅତିଥି ଭାବେ ବଲାଙ୍ଗିର ପରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ସଂକୀର୍ତ୍ତନ୍ୟ ଗାୟକ ନିରାକାର ସ୍ୱାଇଁ, କ୍ରୀଡା ସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ଓ ପୂର୍ବତନ ଖେଳାଳି ଲୋକନାଥ ନେପାକ ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୩-୧ ଗୋଲରେ ମହିପୁରକୁ ହରାଇ ଜୋନ ଚମ୍ପିୟାନ ହେଲା । ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବତନ ଚେୟାରମେନ ଲକ୍ଷ୍ମଣ କୁମାର ମେହେର, ବରିଷ୍ଠ ନାଗରିକ ପ୍ରମୋଦ କୁମାର ସିଂନିନା ଓ ପୂର୍ବତନ ପୁଇଁତଲା ବ୍ଲକ ଭାଇସ ଚେୟାରମେନ୍ ସନ୍ତୋଷ ଗୁରହାଣ୍ଡି ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବାଦିବାହାଲ ୪-୨ ଗୋଲରେ ଏଚ୍ଆରଡିଏ ଖଲିଆପାଲିକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ଅତିଥି ଭାବେ ଲୋଇସିଂହା ଏଏ ସଭାପତି ଦିଲୀପ କୁମାର ବେହେରା, ସଂପାଦିକା ଷ୍ଟାଡିୟମ ଟ୍ରଷ୍ଟବୋର୍ଡ ସ୍ମିତାରାଣୀ ମିଶ୍ର, ଏସୋସିଏସନ ସଂପାଦକ ଶିବ କୁମାର ଅଗ୍ରୱାଲ, ସଦସ୍ୟ ବିଶ୍ୱନାଥ ଭୁୟାଁ ଓ ବିଭୁତି ଭୂଷଣ ସାହାଣି ଯୋଗ ଦେଇଥିଲେ । ହଲଦି ପଡିଆରେ ଗୁଲମି ଟ୍ରାଇବ୍ରେକରରେ କେସି ୟୁନାଇଟେଡ୍ ଜୁରାବନ୍ଧକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟଅତିଥି ଭାବେ ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ପୁଟେଲ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସହକାରୀ ଶିକ୍ଷକ ଉଷାବତୀ ବିଶି, ପୂର୍ଣ୍ଣିମା ପୁଟା ଓ ସାମ୍ବାଦିକ କେଦାର ବଡଜେନା ଯୋଗ ଦେଇଥିଲେ । ସୁନିଲ ଚନ୍ଦ୍ର ବିଶ୍ୱାଳ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ୱଳ ଝାଙ୍କର ୬ ଗୋଟି ପଡିଆରେ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ବିକି ବିଶି, ରାଜେନ୍ଦ୍ର ଧରୁଆ, ଧନେଶ୍ୱର ସେଠ, ସଂଜିବ ମହାରଣା, ସୁଧାଂଶୁ ସେଠ, ସୁରେଶ ନାଏକ, ସୁଦର୍ଶନ ସେଠ, ସଂଜନ କୁଦେଇ, ଶୁଶାନ୍ତ ନାଗ, ଅଭିଷେକ ପ୍ରଧାନ, ରେବତୀ ରମଣ ବାଙ୍କ, ପୁରୁଷୋତ୍ତମ ବୁଡେକ, ଡୋଳାମଣି ବଗର୍ତ୍ତି, ଭୁବନେ ଭୋଇ, ଅକ୍ଷୟ ଦଣ୍ଡସେନା, କରୁଣାକରଣ ପ୍ରଧାନ, ସନ୍ଦିପ କୁମାର ତରିଆ, ବିଜୟ କୁମାର ରଣା, ଗୋପାଳ ପଧାନ, ଆଶିଷଦେବ ସା, ଅଶ୍ୱିନୀ ଭୁକ୍ତା, ରିଙ୍କୁ ବିଶି ଓ ପାଣ୍ଡବ ବିଶି ପରିଚାଳନା କରିଥିଲେ ।