jsm

ଦୈତାରୀ ସ୍ମାରକୀ ଫୁଟବଲ ଟୁଣ୍ଣାମେଣ୍ଟ : ବଡ଼ମାଲ ଚାମ୍ପିୟନ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୨ତମ ତେରେସିଂହା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଆଜି ବଡ଼ମାଲ ଏବଂ ମହୀପୁର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟେ ଉଭୟଙ୍କୁ ୧-୧ଗୋଲଦେଇ ସମାନ ହୋଇଥିବାରୁ ପେନାଲଟିକ ସୁଟ ଆଉଟ ଜରିଆରେ ବଡ଼ମାଲ ମହୀପୁରକୁ ୪-୨ ଗୋଲରେ ପରାସ୍ତ କରି ଚଳିତ ବର୍ଷର ଚାମ୍ପିୟନ ହୋଇଛି । ଚାମ୍ପିୟନ ଦଳ ଓ ରନର ଅପ ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଯୁଗଳକିଶୋର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳମାଧବ ସିଂଦେଓ, ମୁଖ୍ୟ ବକ୍ତା ଭାବରେ ପିରବତୀ ମହିଳା କଲେଜର ପ୍ରତିଷ୍ଠାତା ମୁରଲୀଧର ରଣା, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ନନ୍ଦୀ କିଶୋର ଭୋଇ, ଶିକ୍ଷକ ପ୍ରହଲ୍ଲାଦ ଦଣ୍ଡସେନା, ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ କ୍ଷମାନିଧି ସାହୁ, ସାମ୍ବାଦିକ ସତ୍ୟନାରାୟଣ କୁମାର, ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଗହୀର, ଦାମ ଭୋଇ, ଅକ୍ଷୟ ରଣା ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ରଶ୍ମି ରଞ୍ଜନ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଖେଳକୁ ଚଞ୍ଚଳ ମାଝୀ, ବୁଡୁ ମାଝୀ, ନରେଶ ମାଝୀ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ରଣା, ଗଜାନନ ଗହୀର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ବସନ୍ତ ସାହୁ, କ୍ଷେତ୍ରମଣୀ ରଣା, ତପନ ମାଝୀ, ଚୈତନ୍ୟ ନାଏକ, ସମ୍ପଦ ରଣା, ଅରୁଣ ରଣା, ମନୋଜ ରଣା, ନିଳାଞ୍ଚଳ ଗହୀର, ଦୟା ଭୋଇ ସମେତ ଗେମ୍ସ ଏଣ୍ଡ ସ୍ପୋର୍ଟସ୍‌ ଏସୋସିଏସନର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.