- ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣ
- ସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ୦୬ଟି କେନ୍ଦ୍ରରେ କେବଳ ୨ୟ ଡୋଜ ପାଇଁ ଅନଲାଇନ ପଂଜିକୃତ ହିତାଧିକାରୀଙ୍କୁ ଟିକାକରଣ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୧/୦୯/୨୧ ଓ ତା ୦୨/୦୯/୨୧ରିଖ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୬୭ କେନ୍ଦ୍ରରେ ଟିକାକରଣ କରାଯିବ । ତା ୦୧/୦୯/୨୧ ଓ ତା ୦୨/୦୯/୨୧ରେ ସୋନପୁର ବ୍ଲକରେ ୦୯ଟି କେନ୍ଦ୍ର, ବିନିକା ବ୍ଲକରେ ୧୧ଟି କେନ୍ଦ୍ର, ତରଭା ବ୍ଲକରେ ୧୨ଟି କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୧୨ଟି କେନ୍ଦ୍ର ଏବଂ ତା ୦୧/୦୯/୨୧ରେ ବୀରମହାରାଜପୁର ବ୍ଲକର ୦୯ଟି କେନ୍ଦ୍ରରେ ପୁନଶ୍ଚ ତା୦୨/୦୯/୨୧ରେ କେବଳ ଡୁଙ୍ଗୁରିପାଲି ବ୍ଲକର ୦୮ଟି କେନ୍ଦ୍ରରେ ୧୮ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ । ସେହିପରି ଉପରୋକ୍ତ ତାରିଖରେ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୦୬ଟି କେନ୍ଦ୍ରରେ କେବଳ ୨ୟ ଡୋଜ ପାଇଁ ଅନ୍ଲାଇନ୍ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯିବ । ଅନ୍ୟ ସମସ୍ତ କେନ୍ଦ୍ର ଗୁଡିକରେ ହିତାଧିକାରୀ ଟିକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ ୦୯-୦୦ରେ କେନ୍ଦ୍ରକୁ ଯାଇ ଟିକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟିକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟିକାକରଣ କେନ୍ଦ୍ରକୁ ପହଂଚି ଟିକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟିକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟିକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟିକାକରଣ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ସମସ୍ତ ୬୭ କେନ୍ଦ୍ର ନିମନ୍ତେ ଆଜି ତା ୩୧/୦୮/୨୧ ରାତ୍ର ୦୮-୦୦ଘଂରୁ ପଞ୍ଜିକରଣ ପାଇଁ ସ୍ଲଟ ଖୋଲା ରହିବ ।