ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହେଲା କୋଭିଡ ଟୀକା : ପ୍ରଥମ ଟୀକା ନେଲେ କୋଭିଡ ଇନ୍‌ଚାର୍ଜ ଡା.ଗିରିଜା ଶଙ୍କର ଉଦ୍‌ଗାତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଭାରତରେ ଆଜି କୋଭିଡ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟୀକାକରଣ । ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ପ୍ରଥମ କୋଭିଡ ଟୀକା କୋଭିସିଲ୍‌ଡ଼ ନେଇଛନ୍ତି କୋଭିଡ୍‌ ଇନ୍‌ଚାର୍ଜ ଡା. ଗିରିଜା ଶଙ୍କର ଉଦ୍‌ଗାତା । କୋଭିଡ ଟୀକାଦାନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ସିଡିଏମ୍‌ଓ ଡା.ଭୀମ ସାହୁ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିଥିବା ରାଜ୍ୟ ପର୍ଯ୍ୟବେକ୍ଷକ ଡା.ଲୋକନାଥ ପାତ୍ର ଏବଂ ଅଶୋକ ସାମଲ୍‌, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସମୂହ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ ଯେ, କାରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସିଥିବା କୋଭିଡ ଟୀକା ‘କୋଭିସିଲ୍‌ଡ଼’ର ଗୋଟିଏ ଭାଇଲ୍‌ରୁ ୧୦ ଜଣଙ୍କୁ ଟୀକା ଦିଆଯାଇ ପାରିବ ଏବଂ ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.