oom

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋପାଳପୁରଠାରେ ମେଗା ଟାଟା ଟି ପେକେଜିଙ୍ଗ ୟୁନିଟ ଉଦଘାଟିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଇଣ୍ଡଷ୍ଟିରିଆଲ ପାର୍କ ପରିସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭର୍‌ଚୁଆଲ ମୋଡ୍‌ ମାଧ୍ୟମରେ ବୃହତ୍ତର ଟାଟା ଚା’ ପେକେଜିଙ୍ଗ ୟୁନିଟର ଆନୁଷ୍ଠାନିକ ଭାବେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।

ଏହା ଦକ୍ଷିଣ ଭାରତ ଓ କେନ୍ଦ୍ର ଭାରତର ବୃହତ୍ତମ ଟାଟା ଚା’ ପେକେଜିଙ୍ଗ ପ୍ରକଳ୍ପ ହେବ । ଯାହାକି ମାତ୍ର ୧୮ମାସ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ସାଂଗକୁ ୧ ଶହ କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ଏହି ମେଗା ଚା’ ପ୍ରକଳ୍ପ ନିର୍ମିତ ହୋଇଛି । ଏହି କମ୍ପାନୀ ୧୫ ନିୟୁତ କିଲୋଗ୍ରାମର ଉତ୍ପାଦନ କ୍ଷମତା ସମ୍ପନ ଥିବାବେଳେ ଆଗକୁ ୫୦ ନିୟୁତ କିଲୋଗ୍ରାମର କ୍ଷମତା ଯୋଗାଇବାରେ ସହାୟକ ହେବ ବୋଲି ଟାଟା କମ୍ପାନୀର ବରିଷ୍ଠ ଯାନ୍ତ୍ରିକ ବୈଷୟିକ ଅଧିକାରୀ ଗଣ ସୂଚନା ଦେଇଛନ୍ତି । ଗୋପାଳପୁରଠାରେ ଲୋକାର୍ପଣ ହୋଇଥିବା ବୃହତ୍ତମ ଚା’ ପେକେଜିଙ୍ଗ ୟୁନିଟରେ ଗଞ୍ଜାମ ଜିଲ୍ଲାସହ ଅନ୍ୟ ପଡ଼ୋଶୀ ଜିଲ୍ଲାର ବହୁ ଉଦ୍ୟମୀ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଏହି ଚା’ ପକଳ୍ପ କମ୍ପାନୀରେ ପ୍ରାୟ ୯ ଶହ ଜଣ ଚାକିରୀରେ ନିୟୋଜିତ ହେବେ ବୋଲି କୁହାଯାଇଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ରାଜ୍ୟର ବହୁ ବେକାରୀ ଯୁବକ ଯୁବତୀଙ୍କୁ ଏହି ପ୍ଲାଣ୍ଟ ଆତ୍ମନିର୍ଭରଶୀଳ କରାଇବା ଆଶା ରଖିଛନ୍ତି, ମୁଖ୍ୟମନ୍ତ୍ରୀ । ଏହି ମେଗା ଚା’ ପେକେଜିଙ୍ଗ ପ୍ରକଳ୍ପର ଭର୍ଚୁଆଲ ମାଧ୍ୟମ ଉଦଘାଟନୀରେ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ ଏହାକୁ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି.ଆପଙ୍ଗ ଆଓ, ବ୍ରହ୍ମପୁର ଉପଜିଲାପାଳ ୱ.କୀର୍ତ୍ତି ଭାସନ ପ୍ରମୁଖ ବହୁ ଉଚ୍ଚ ପଦାଧିକାରୀ ଏହି ଲୋକର୍ପଣ କାର୍ୟ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.