ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ କାରଖାନାରେ ମଙ୍ଗଳବାର ମଧ୍ୟାହ୍ନରେ ବଡ଼ଧରଣର ଦୁର୍ଘଟଣା ଘଟିଛି । କାରଖାନାର ପାୱାର ପ୍ଲାଣ୍ଟ ଷ୍ଟିମ ପାଇପ ଫାଟି ଯିବାରୁ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଇଞ୍ଜିନିୟର, ସୁପରଭାଇଜର, ଶ୍ରମିକ ରହିଛନ୍ତି । ଷ୍ଟିମ ପାଇପ ଫାଟି ଯିବାରୁ ଅତି ଗରମ ବାଷ୍ପ ସଂସ୍ପର୍ଶରେ ଆସି ସେମାନଙ୍କ ଶରୀର ଜଳି ଯାଇଛି । କମ୍ପାନୀ ପକ୍ଷରୁ ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Prev Post