ଗୋତୋମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ତଦାରଖ ସହ ଅଞ୍ଚଳବାସୀଙ୍କ ସହ ସମସ୍ୟା ଆଲୋଚନା କଲେ ଜିଲ୍ଲା ବିଜେଡି ସଭାପତି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଗୁରୁବାର କୋକସରା ବ୍ଲକ ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହ କୋକସରା ପାର୍ଟି କାର୍ୟ୍ୟାଳୟରୁ ବାହାରି ପ୍ରଥମେ ଲଡୁଗାଁ ପଞ୍ଚୟତ ପହଞ୍ଚି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସରେ ଆଉ କିଛିଦିନ ପରେ କୋକସରା ଅଞ୍ଚଳର କୃଷକ ଭାଇଙ୍କ ପାଇଁ ଲୋକାର୍ପଣ କରିବା କାର୍ୟ୍ୟକ୍ରମ ରହିଛି ବୋଲି ଆଲୋଚନା କରିଥିଲେ । ପରେ ସେ ଗୋତମୁଣ୍ଡା ଡାହିମାଲ ରାସ୍ତା କାମ ପରିଦର୍ଶନ କରିଛନ୍ତି । ବ୍ଲକ ଯୁବ ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ଅଠରନାଳା ନିକଟରେ ଏହି ଅଞ୍ଚଳର ଲୋକଙ୍କ ସହ ଏକ ବୈଠକ କରି ଅଞ୍ଚଳର ସମସ୍ୟା ସହ ଆଗକୁ ଦଳୀୟ କାର୍ୟ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ । ରାସ୍ତାକୁ ଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଲୋକେ ଜିଲ୍ଲା ସଭାପତିଙ୍କ ନିକଟରେ ଦାବୀ କରିଥିଲେ । କାରଣ ଗୋତମୁଣ୍ଡା ସାନ ପୋଡ଼ାଗୁଡା ପଞ୍ଚୟତ ସମେତ ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳର ଜନ ସାଧାରଣଙ୍କ ସମ୍ପର୍କ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଝରିଗାଁ ଡାବୁଗାଁ ବ୍ଲକ ସହ ଦଶନ୍ଧି ଧରି ରହି ଆସିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦାବୀ ଉପସ୍ଥାପନାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗମନାଗମନ ପାଇଁ ସାହାଜଖୋଲ ଜଙ୍ଗଲ ଦେଇ ଏକ ରାସ୍ତା ଗୋତୋମୁଣ୍ଡାରୁ ଡାହିମାଲ ସଂଯୋଗ କରିବା ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭଗ ଅଧୀନରେ ୫୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କାର୍ୟ୍ୟ ବର୍ତ୍ତମାନ ଅଧାରେ ଅଟକିଛି । ଏହା ବର୍ତ୍ତମାନ ଆଗକୁ ୩ କିମି ରାସ୍ତା ବାକି ରହିଛି । ଫଳରେ ରାସ୍ତା କାମ ଅଧ ପହନ୍ତରିଆ ରହିଛି । ଏଣୁ ଗମନାଗମନ ପାଇଁ ଆଜି ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ସଭାପତିଙ୍କ ଗସ୍ତ ବେଳେ ରାଜ୍ୟ ବିଜୁ ଛାତ୍ର ବିଜେଡ଼ି ଉପ-ସଭାନେତ୍ରୀ ବୈଶାଖୀ ନନ୍ଦ ଜିଲ୍ଲା ଛାତ୍ର ବିଜେଡ଼ି ସଭାନେତ୍ରୀ ପୂଜା ସାଗର, ବ୍ଳକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ମହେଶ ଗୁପ୍ତା, ପ୍ରମୋଦ ପ୍ରଧାନୀ, ଅଜିତ ପଟ୍ଟନାୟକ, ଅନିଲ ପ୍ରଧାନୀ, ସହଦେବ ପଟ୍ଟନାୟକ, ମୁକ୍ତେଶ୍ଵର ନାଗ, ଯଦୁମଣି ଦୁର୍ଗା, ପୂର୍ଣ୍ଣଚନ୍ଦ୍ର ନାଏକ, ତୁଲାରାମ ଗୋପାଳ, ପାର୍ଥିବ ମାଝି, ମହେନ୍ଦ୍ର ନେଗୀ, ପ୍ରମୋଦ ପ୍ରଧାନୀ, ବ୍ଳକ ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବେହେରା, ନରେନ୍ଦ୍ର ପ୍ରଧାନ, ବନମାଲି ପ୍ରଧାନୀ ସମେତ ଦଳୀୟ କର୍ମୀମାନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.