jayashree

ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଦ୍ୱିତୀୟ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ଶିବିର ତଥା ଭେଷଜ ପ୍ରଦର୍ଶନୀର ଶୁଭ ଉଦଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଦ୍ୱିଦିବସୀୟ ସ୍ୱାସ୍ଥ୍ୟ ସେବା ଶିବିର, ଆହର ପର୍ବ ଆଜି ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା.ଅରୁଣ କୁମାର ଦାସ, ଚିକିତ୍ସା ବିଭାଗର ସୁନାମଧନ୍ୟ ଚିକିତ୍ସକ ଜ୍ୟୋତି ରଂଜନ ମେହେର, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ ଡା.ଗଣେଶ କୁମାର ମେହେର, ଛାତ୍ର ସଂସଦର ସମ୍ପାଦକ ଡା.ରୋଶନ କୁମାର ଦାଶ ତଥା ଅନ୍ୟାନ୍ୟ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଚିକିତ୍ସକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଶୁଭ ଅବସରରେ ବିଧାୟକ ଶ୍ରୀ ମିଶ୍ର ଏକ ନବନିର୍ମିତ ‘ଖୋଲା ମଂଚର’ ଉଦ୍‌ଘାଟନ କରି ଆୟୁର୍ବେଦ ମହାବିଦ୍ୟାଳୟକୁ ଉତ୍ସର୍ଗ କରିଥିଲେ । ଏହା ସହିତ ବିବିଧ ରୋଗର ଚିକିତ୍ସା ଉପଯୋଗୀ ବିଭିନ୍ନ ଶାସ୍ତ୍ରୀୟ ଆଧାରରେ ନିର୍ମିତ ଆହାର ପର୍ବ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏତଦ୍‌ ବ୍ୟତୀତ ଭାରତର ବିଭିନ୍ନ ପ୍ରମୁଖ ଆୟୁର୍ବେଦୀୟ ଭେଷଜ ନିର୍ମାତା, ଗ୍ରନ୍ଥ ପ୍ରକାଶନ ସଂସ୍ଥା ଯୋଗଦାନ କରି ସେମାନଙ୍କର ନିର୍ମିତ ବିବିଧ ଉତ୍ପାଦ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.