jsm

ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବିଚାରକ ଭାବେ ଅକ୍ଷୟ କୁମାର ପଟେଲ, ନିରାକାର ପ୍ରଧାନ, ରମେଶ ସାହୁ, କ୍ଷୀରୋଦ ନାଥ ସାହୁ ଦାୟିତ୍ଵ ତୁଲାଇ ଥିବା ବେଳେ କଲ୍ୟାଣୀ ମିଶ୍ର, ମିନତି ପଟ୍ଟନାୟକ, ଚିତ୍ରା ଖର୍ସେଲ, ସୁକାନ୍ତ କିଶୋର ସାହୁ, ଦୁର୍ବାଦଳ ସାହୁ, ବିବେକାନନ୍ଦ ତୁରିଆ, କାହ୍ନୁ ଚରଣ ସାହୁ, ହରି ସାହୁ, ସଂଜୀବ ସାହୁ ପ୍ରମୁଖ ପରିଚାଳନା କରି ବିଚାରକ ଦାୟିତ୍ଵ ତୁଲାଇ ଥିବା ବେଳେ ଶିବାଶିଷ ପଟ୍ଟନାୟକ ଓ ଆଦିତ୍ୟ ତୁରିଆ ସହଯୋଗ କରିଥିଲେ । ଏଥିରେ ପଦ୍ମପୁର ସହରର ବିଭିନ୍ନ ବିଦ୍ୟାଳୟରୁ ୭୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆସନ୍ତା ୧୭ ତାରିଖରେ ଆୟୋଜିତ ହେବାକୁ ଥିବା ବାର୍ଷିକୋତ୍ସବରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ନେଇ ପଶ୍ଚିମ ଓଡିଶା ବାର୍ତ୍ତା ସମ୍ପାଦକ ଡିଲେଶ୍ଵର ବାଗ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.