jsm

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଚେତନତା ରଥକୁ ଭବ୍ୟ ସ୍ୱାଗତ

csstore

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିଠାରେ ଗୁରୁବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ମୁକୁନ୍ଦି ଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରୀ ଏବଂ ଅଧ୍ୟାପିକା, ଅଧ୍ୟାପକ ସଚେତନତା ରଥକୁ ମହାବିଦ୍ୟାଳୟ ପରିସରେ ସ୍ୱାଗତ କରିଛନ୍ତି । ପ୍ରକାଶ ଥାଉକି ଗତ ୩/୧/୨୦୨୩ରୁ ବେଲପଡା ବ୍ଲକରୁ ବାହାରିଥିବା ସଚେତନତା ରଥ ଜିଲ୍ଲାର ୧୩ ଗୋଟି ବ୍ଲକ ପରିକ୍ରମା ପରେ କଣ୍ଟାବାଞ୍ଜି ଏନ୍‌ଏସିକୁ ପହଂଚିବା ପରେ ଭବ୍ୟ ସ୍ୱାଗତ ଦିଆଯାଇଛି । ଏହି ଅବସରରେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ଗୁରୁ ସହ ଅଧ୍ୟାପିକା ରଶ୍ମି ରମିତା ମେହେର, ଲିଣିତା ପ୍ରଧାନ, ନିରବତା ପ୍ରଧାନ, ଅଧ୍ୟାପକ ସୋମନାଥ ମେହେର, ରାଜୀବ ମେହେର, ଡକ୍ଟର ନେପାଳ ସେଠି, ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନାଙ୍କ ସହ ଛାତ୍ରୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.