csstore

ସୁନା ବନ୍ଧକ ଦେଇ ଠକେଇର ଶିକାର ହୋଇଥିବା ଅଭିଯୋଗ କଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନା ବନ୍ଧକ ଦେଇ ଠକେଇର ଶିକାର ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବକ । ଅଭିଯୋଗ ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ବହଲପଦର୍‌ ଗ୍ରାମର ଘନଶ୍ୟାମ ଷାଣ୍ଢ ଗତ ନଭେମ୍ବର ମାସ ୫ ତାରିଖ ଦିନ ବଲାଙ୍ଗିର ଏକ୍ସିସ୍‌ ବ୍ୟାଙ୍କ କର୍ମଚାରୀ ସୁନୀଲ ନାୟକଙ୍କୁ ୯୬ ଗ୍ରାମ ସୁନା ବନ୍ଧକ ଭାବରେ ଦେଇ ୪ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ । ତେବେ ଗତ ୨୩ ତାରିଖ ଦିନ ସକାଳ ୮ଟା ସମୟରେ ସୁନୀଲ ନାୟକ ଘନଶ୍ୟାମଙ୍କୁ ବଲାଙ୍ଗିର ଡେଲିମାର୍କେଟ୍‌କୁ ଡକାଇ ଆଉ ୫୪ ଗ୍ରାମ ସୁନା ଆଣିବାକୁ କହିଥିଲେ । ମୁଁ ଆପଣଙ୍କୁ ୯୬ ଗ୍ରାମ ସୁନା ଦେଇ ୪ ଲକ୍ଷ ୪୦ ହଜାର ଟଙ୍କା ନେଇଛି, ଆଉ ପୁଣି କାହିଁକି ୫୪ ଗ୍ରାମ ସୁନା ଦେବି ବୋଲି ଘନଶ୍ୟାମ ଉତ୍ତର ଦେବାରୁ ସୁନୀଲ ତାଙ୍କ ଚାରି ପାଂଚ ଜଣ ବନ୍ଧୁଙ୍କୁ ଡାକି ଏକ ଷ୍ଟଲ୍‌ରେ ଘନଶ୍ୟାମକୁ ଭରି ଦେଇ ୫୪ ଗ୍ରାମ ସୁନା ଦେବାକୁ ବାଧ୍ୟ କରିବା ସହ ମାର୍‌ପିଟ୍‌ କରିଥିବା ଘନଶ୍ୟାମ କହିଛନ୍ତି । ତେବେ ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘନଶ୍ୟାମ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.