csstore

ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟ ଅନୁଷ୍ଠାନ ଗୁଡିକରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ପକ୍ଷରୁ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶୋକସଭା ବ୍ଲକ ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାିଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଯୁବ ବିଜେଡି ସଭାପତି ସଂଗୀତ ଭୋଇ, ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ଜିଲ୍ଲା ସମ୍ପାଦକ ଶ୍ରୀନିବାସ ମିଶ୍ର, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ଏସ, ମାଲପଡା ସରପଞ୍ଚ ବରୁଣ ସୁନା, ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ବରିଷ୍ଠ ନେତା ଦୀନବନ୍ଧୁ ସାହୁ (ଘିନୁ), ବିରଞ୍ଚି ରଣା, କୈଳାଶ ରଣା, ବବଲୁ ଦଣ୍ଡସେନାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ସୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.