jsm

ଶରତ ଯାଦବଙ୍କ ଶୋକସଭା ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାସିକ ପତ୍ରିକା ନବସେତୁ ତରଫରୁ ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ, ବଲାଙ୍ଗିରଠାରେ ସ୍ୱର୍ଗତ ଶରତ ଯାଦବଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶଙ୍କର ପାତ୍ର, ଓଡିଶା ଓବିସି ମଞ୍ଚ ସଭାପତି ଯୋଗଦେଇ ସ୍ୱର୍ଗତ ଶରତ ଯାଦବ ହେଉଛନ୍ତି ଜଣେ ସାମାଜିକ ନ୍ୟାୟ ସାରଥି ଏବଂ ସ୍ୱଚ୍ଛ ନିର୍ମଳ ନେତା । ଅନ୍ୟ ଅତିଥିଗଣଙ୍କ ମଧ୍ୟରେ ପ୍ରଦେଶୀ ବିଶ୍ୱାଳ, ଓବିସି ମଞ୍ଚ ବଲାଙ୍ଗିରର ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ଯୋଗଦେଇ କହିଥିଲେ ଯେ, ମଣ୍ଡଳ କମିଶନ ଆଣିବାରେ ସ୍ୱର୍ଗତ ଶରତ ଯାଦବଙ୍କ ମୁଖ୍ୟ ଭୂମିକା ଥିଲା, ପୁଣି ଟଙ୍କଧର ଗଡତିଆ କହିଥିଲେ ଯେ, ସ୍ୱର୍ଗତ ଶରତ ଯାଦବ ଜଣେ ରେସନାଲିଷ୍ଟ ଥିବା ସହିତ ଭାରତୀୟ ରାଜନୀତିରେ ଜଣେ ସକ୍ରିୟ ସାମାଜିକ କ୍ରାନ୍ତିକାରୀ ଥିଲେ । ସରୋଜ ମେଶ୍ୱା, ଲୁକା ପାତ୍ର ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଦିଲିପ କୁମାର ସାହା, ମଧୁସୁଦନ ଖେତି, ହେମସାଗର ରଣା, ସତ୍ୟ ମେହେର, ଓକିଲ ସୁଧିର ପଧାନ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.