
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ ସୌଜନ୍ୟରେ ଖଲ୍ଲିକୋଟ ସହରର ବରିଷ୍ଠ ନାଗରିକ ମଞ୍ଚ ଏବଂ ଏ.ପି.ଜେ. ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ମିଳିତ ସହଯୋଗରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ସୋମବାର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ସର୍ବମୋଟ – ୩୦ ଜଣଙ୍କ ଆଖିର ପରୀକ୍ଷା କରାଯାଇଥିଲା । ୫ ଜଣଙ୍କୁ ପରଳ ଅପେରସନ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳକୁ ପଠାଗଲା । ପ୍ରତି ମାସର ପ୍ରଥମ ସୋମବାର ଦିନ ଏହି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଉଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟ (ସମରଝୋଳ) ସୌଜନ୍ୟତା ହାସଲ କରିଥିବା ବେଳେ ଖଲ୍ଲିକୋଟ ସହରର ବହୁ ବରିଷ୍ଠ ନାଗରିକ, ଗରିବ ଲୋକେ ଏହି ମାଗଣା ଚିକିତ୍ସା ସେବା ଶିବିର ଆୟୋଜନ କରାଯାଉଥିବା ଉଦ୍ୟକ୍ତାଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଜ୍ଞାପନ କରାଯାଇଛି । ଅନୁଷ୍ଠିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ (ସମରଝୋଳ)
ତରଫରୁ କ୍ୟାମ୍ପ ମ୍ୟାନେଜେର ଚିତ୍ରସେନ ଗୌଡ଼ ଚାନ୍ଦିନୀ, ଭାରତୀ ଯୋଗଦେଇ ଚକ୍ଷୁ ଚିକିତ୍ସା ସେବା ଶିବିରକୁ ପରିଚାଳନା କରିଥିଲେ । ଡ଼.ଏ.ପି.ଜେ. ଅବଦୁଲ କାଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ପ୍ରମୋଦ କୁମାର ପଟ୍ଟନାୟକ, ଏ.ଏନ.ଏମ୍ ସୁଶ୍ରୀ ଲକ୍ଷ୍ମୀ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଆସୁଛନ୍ତି ।