pakka

ପଦ୍ମପୁରରେ ଶ୍ୟାମକାଳୀ ପୂଜା ସମାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୪ ତାରିଖରୁ ପଦ୍ମପୁର ସ୍ଥାନୀୟ ହନୁମାନପଡାରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ମା’ ଶ୍ୟାମକାଳୀଙ୍କ ପୂଜା ଆଜି ସମାପିତ ହୋଇଯାଇଛି । ୫ ତାରିଖ ରାତିରେ ପାରମ୍ପାରିକ ‘କାକରା ଭୋଗ’ ଦେବୀଙ୍କଠାରେ ଲାଗି କରାଯାଇଥିଲା । ଆଜି ସକାଳେ ମୃଣ୍ମୟ ମୂର୍ତ୍ତିଙ୍କ ଘଟ ବିସର୍ଜନ କରାଯାଇଥିଲା । କରୋନା କଟକଣା ହେତୁ ଗତବର୍ଷ ପରି ଚାଳିତ ବର୍ଷ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣିକୁ କମିଟି ତରଫରୁ ବାତିଲ କରାଯାଇଥିଲା । ଏଥିସହିତ କଲେଜ ରୋଡ, ଖଦୀ ମଣ୍ତଳ ଓ କାଳୀପଡା ସ୍ଥିତ ଦେବୀଙ୍କ ପୀଠରେ ଚାଳିଥିବା ପୂଜା ଶାନ୍ତି ଶୃଙ୍ଖଳା ସହିତ ସମାପିତ ହୋଇଛି ।

jay balangir
Leave A Reply

Your email address will not be published.

eight − six =