csstore

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିଷ୍ଠାତା ସଭ୍ୟ, ଆଦିବାସୀ ସମାଜର ଗର୍ବ ଗୌରବ, କୋଶଲି କବି ଶିରୋମଣୀ, ପ୍ରବୀଣ ସାରସ୍ୱତ ସାଧକ, ଶାନ୍ତ ଶିଷ୍ଟ ଧିର ସ୍ଥିର ମହାନ ପରୋପକାରୀ ବ୍ୟକ୍ତିତ୍ୱ, ଦାର୍ଶନିକ, ପ୍ରଗଳ୍ଭ ବକ୍ତା ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅତ୍ୟନ୍ତ ମର୍ମାହତ । ବିଶିଷ୍ଟ କୋଶଲି କବି, ପଶ୍ଚିମ ଓଡ଼ିଶାର ଏହି ମହାନ ବରପୁତ୍ର ଶ୍ରୀ ସାଆନ୍ତଙ୍କ କାଳଜୟୀ ସାରସ୍ୱତ ସୃଷ୍ଟି ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ । ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘର ମହାସଚିବ ନିରଞ୍ଜନ ବିଶି ତଥା ମହାସଙ୍ଘର ସଦସ୍ୟମାନେ ମହାନ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.