ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଜନ, ଜଣାଣ ଏବଂ ଚଉପଦୀ, ଛାନ୍ଦ, ଚମ୍ପୂ ଆଦି ଗାନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ସୁମଧୁର କଣ୍ଠ ଓ ଭାବପୂର୍ଣ୍ଣ ଭକ୍ତି ସଂଗୀତ ଶ୍ରୋତାଙ୍କ ହୃଦୟରେ ତାଙ୍କୁ ସର୍ବଦା ସ୍ୱତନ୍ତ୍ର କରି ରଖିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.