ରାମଭକ୍ତ ଫରିକାରଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ରାମଭକ୍ତ ଫରିକାର କୋସଲି ଭାଷା ଆନ୍ଦୋଳନର ଜଣେ ନିର୍ଭୀକ ସାରଥି ଥିଲେ । ଐତିହାସିକ ଓ ଗବେଷକ ସ୍ୱର୍ଗତ ପ୍ରୟାଗଦତ୍ତ ଯୋଷୀଙ୍କ ସହ ଆଦ୍ୟ ସହଯୋଗୀ ଭାବେ ଦୀର୍ଘ ସମୟ ଆନ୍ଦୋଳନକୁ ସାକାର ରୂପ ଦେବାରେ ତାଙ୍କର ଅବିସ୍ମରଣୀୟ ଅବଦାନ ଥିଲା । ସେ ‘ହକୁଆ’ ନାମରେ ଏକ ବୈପ୍ଳବିକ କୋସଲି ମ୍ୟାଗାଜିନ ସଂପାଦନା କରି ଭାଷାକୁ ପ୍ରତିଷ୍ଠିତ କରିଥିଲେ । ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଏ ମାଟିର କଥା, ମାଟିର ସାହିତ୍ୟକୁ ଆତ୍ମାର ସହ ଭଲ ପାଉଥିବା ଜଣେ ଭାଷାବିତ୍‌ଙ୍କ ତିରୋଧାନରେ ପଶ୍ଚିମ ଓଡିଶା ଏକ ଦିଗ୍‌ଗଜ ବ୍ୟକ୍ତିତ୍ବଙ୍କୁ ହରାଇଲା ବୋଲି ତାଙ୍କ ପ୍ରତି ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, କୋସଲି ସାଂସ୍କୃତିକ ମହାଯୋଟର ଅଧ୍ୟକ୍ଷ ଟିକେଲାଲ ବେହେରା, ସମ୍ବାଦ ସାହିତ୍ୟ ଘର ସଭାପତି ସଂଜୟ ଅଗସ୍ତି, ନାଟ୍ୟ ନିର୍ଦ୍ଦେଶକ ନୀଳମଣି ସାହୁ, ଅଧ୍ୟାପକ ଦିଲୀପ କୁମାର ପସାୟତ ଓ ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ସାହୁ, ଭ୍ରାମ୍ୟମାଣ ପାଠାଗାରର ଉଦ୍ୟୋକ୍ତା ବୃନ୍ଦାବନ କୁମ୍ଭାର, ସମାଜ ପାଠକ ମଂଚର ଉପସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ରକ୍ତଦାତା ସଂଘର ସଭାପତି ବନମାଳୀ ବେହେରା ପ୍ରମୁଖ ସ୍ମୃତିଚାରଣ କରି ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ ବିଆର୍‌ସି ବିଲଡିଂ ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ କୋସଲି ଭାଷା ପ୍ରେମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.