ସମାଜସେବୀ ଲଳିତ ନାୟକ ଏବଂ ସୋହନଲାଲ ଅଗ୍ରୱାଲଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟି ଦ୍ୱାରା ଟିକ୍ରାପଡା ରାମ ମନ୍ଦିରରେ ସମାଜସେବୀ ଲଳିତ ନାୟକ ଏବଂ ସୋହନଲାଲ ଅଗ୍ରୱାଲଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । କମିଟିର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସ୍ୱର୍ଗତ ଲଳିତ ନାୟକଙ୍କୁ ଏକ ଜନନାୟକ ତଥା ସମାଜ ସେବାରେ ଆଗାମୀ ପିଢି ପାଇଁ ଏକ ଦୃଷ୍ଟାନ୍ତ ବୋଲି ବିଭିନ୍ନ ବକ୍ତା ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସଭାରେ ଟିକ୍ରାପଡା ନାମଯଜ୍ଞ କମିଟିର ବରିଷ୍ଠ ସଭ୍ୟ ସ୍ୱର୍ଗତ ସୋହନଲାଲ ଅଗ୍ରୱାଲଙ୍କ ବିୟୋଗରେ ଏହି ଅନୁଷ୍ଠାନର ଅପୂରଣୀୟ କ୍ଷତି ହେବା ସଙ୍ଗେ ସଙ୍ଗେ ଜଣେ ଭଦ୍ର, ଅମାୟିକ ତଥା ସମାଜସେବୀଙ୍କୁ ହରେଇଲୁ ବୋଲି ସଭ୍ୟମାନେ ପ୍ରକାଶ କରିଥିଲେ । ଏହି ଶୋକ ସଭାରେ ଶିବ ପ୍ରସାଦ ରଥ, ବୈଷ୍ଣବ ସାହୁ, ପ୍ରକାଶ ନେପାକ, ପ୍ରଦୀପ ସାହୁ, କୁନୁ ପାତ୍ର, ଅଙ୍କୁଶ ହୋତା, ସୁନାଧର ବନଛୋର, ଦୁର୍ଗା ସାହୁ, ବାବୁ ସା, ମଦନ ରଥ ତଥା କମିଟିର ସମସ୍ତ ସଭ୍ୟ ଏବଂ ଟିକ୍ରାପଡା, ମାଲପଡାର ଜନସାଧାରଣ ଉପସ୍ଥିତ ରହି ଏହି ଦୁଇ ମହାନ ଆତ୍ମାଙ୍କର ସଦ୍‌ଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.