oom

ସଂସ୍କୃତ ବିଶାରଦ, କବି ଦିଲୀପ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶୋକ ପ୍ରାର୍ଥନା

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତ ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଂଚରଥ ମନ୍ଦିର ପ୍ରାଂଗଣରେ କବି ଦିଲୀପ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ, କବି ଦିଲୀପ ମିଶ୍ରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଉକ୍ତ ସଭାରେ ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ, ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର, କବି ଶ୍ୟାମା ଓଁ ପ୍ରସାଦ ମିଶ୍ର, ଅଧ୍ୟାପକ ସଂଜୀବ କୁମାର ନାୟକ, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳୀ ପଣ୍ଡା, ବେଣୁଧର ପ୍ରଧାନ, ଗାଳ୍ପିକ କ୍ଷୀରୋଦ ବିଶ୍ବାଳ ଆଦି ସଭ୍ୟଗଣ ଉପସ୍ଥିତ ରହି ତାଂକର ସାହିତ୍ୟିକ ଜୀବନର ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.