om academy

ଭାରତୀୟ ଜନତା ପାର୍ଟିର ବରଗଡ ଜିଲ୍ଲା ନୂତନ ଉପ ସଭାପତି ହେଲେ ଯୁବନେତା ସରୋଜ ସାମଲ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପାଇକମାଲ ମଣ୍ତଳ ପୂର୍ବତନ ମଣ୍ତଳ ସଭାପତି ସରୋଜ ସାମଲଙ୍କୁ ନୂତନ ଭାବେ ବରଗଡ ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିଧାୟକ ପ୍ରତିନିଧି ଭାବେ କାର୍ୟ୍ୟ ତୁଲାଇଥିବା ବେଳେ ପାଇକମାଲ ଶିଶୁ ମନ୍ଦିର ଗଠନ ପ୍ରକ୍ରିୟାର ମୁଖ୍ୟ ଭୂମିକା ତୁଲାଇଥିଲେ । ତୃଣମୂଳ ସ୍ତରରେ ସାଂଗଠନିକ ସକ୍ରିୟତା ସହ ଜଣେ ମେଳାପୀ ଏବଂ ଉଦାର ଚରିତ୍ରର ବ୍ୟକ୍ତି ଭାବେ ସେ ଏହି ଅଞ୍ଚଳରେ ଜଣାଶୁଣା ଯୁବନେତା । ବି‌ଶ୍ୱହିନ୍ଦୁ ପରିଷଦ ବିଚାରଧାରାରୁ କାର୍ୟ୍ୟ ଆରମ୍ଭ କରି ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ଭାବେ ସେ ୨୦୦୨ ମସିହାରୁ ସକ୍ରିୟ ରାଜନୀତିରେ ଅଛନ୍ତି । ବରଗଡ ଜିଲ୍ଲା କମିଟିରେ ଯୁବନେତା ସରୋଜ ସାମଲଙ୍କୁ ଉପ ସଭାପତି ଦାୟି‌ତ୍ୱ ମିଳିଥିବାରୁ କାର୍ୟ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଖେଳି ଯାଇଛି । ଯୁବନେତା ସରୋଜ ସାମଲ ନିଜର ନୂତନ ଦାୟି‌ତ୍ୱକୁ ନେଇ ସେ ଖୁସି ପ୍ରକାଶ କରିବା ସହ ଜିଲ୍ଲା ସଭାପତି ଅଶ୍ୱନୀ ଷଡ଼ଙ୍ଗୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ନିର୍ବାଚନ ମଣ୍ଡଳୀ ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ଶକ୍ତିଶାଳୀ କରି ବିଜେପିକୁ ବିଜୟ କରିବାକୁ ସଙ୍କଳ୍ପ ନେବାକୁ ଆହ୍ୱାନ କରିଛନ୍ତି ଯୁବନେତା ସରୋଜ ସାମଲ । ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନୂତନ ଭାବେରେ ଜିଲ୍ଲା ଉପ ସଭାପତି ଭାବରେ ପଦିଷ୍ଟ ସରୋଜ ସାମଲ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ତାଙ୍କର ପାଇକମାଲ ସ୍ଥିତ ବାସଭବନରେ ଭେଟିବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜ୍ଞାପନ ସହ ରାଜ୍ୟ ଏବଂ ଜିଲ୍ଲା ନେତୃ ମଣ୍ଡଳୀଙ୍କୁ ତାଙ୍କ ଉପରେ ଦେଖାଇଥିବା ବି‌ଶ୍ୱାସ ପାଇଁ କୃତଜ୍ଞତା ଜ୍ଞାପନ କରି ତାଙ୍କର ସହଯୋଗ ଏବଂ ମାର୍ଗ ଦର୍ଶନରେ ଆଗାମୀ ଦିନରେ ଉଭୟ ଦେଶ ଓ ପାର୍ଟିର ବିକାଶ ପାଇଁ କାର୍ୟ୍ୟରତ ରହିବେ ବୋଲି କହିଥିଲେ ।

Leave A Reply

Your email address will not be published.