csstore

ଡେଲାଙ୍ଗ ବ୍ଲକର ସମସ୍ତ ସ୍କୁଲ, କଲେଜ, ଶିଶୁ ମନ୍ଦିର, ଶିକ୍ଷାନୁଷ୍ଠାନରେ ମାଆଙ୍କ ପୂଜା ଧୁମଧାମରେ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆଜି ପବିତ୍ର ବସନ୍ତ ପଞ୍ଚମୀ ମା ବାଗ୍‌ଦେବୀଙ୍କ ପୂଜା । ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହୁଏ ମାଆଙ୍କ ପୂଜା । ବିଦ୍ୟାପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ ରବିବାର ଡେଲାଙ୍ଗ ବ୍ଲକର ସମସ୍ତ ସ୍କୁଲ, କଲେଜ, ଶିଶୁ ମନ୍ଦିର, ଶିକ୍ଷାନୁଷ୍ଠାନରେ ମାଆଙ୍କ ପୂଜା ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.