
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ୨୦୮୦ କେଜି ଗଞ୍ଜେଇ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ମ.ରାମପୁର ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମ.ରାମପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ମ.ରାମପୁର ଥାନା ମୋହନଗିରି ପାଖ ଜାମୁଲି ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ପୋଲିସ ଉକ୍ତ ଜଙ୍ଗଲରୁ ୧୬୦ ବସ୍ତା ଗଞ୍ଜେଇ ଯାହା ୨୦୮୦ କେଜି ବୋଲି ସ୍ପଷ୍ଟ ହୋଇଛି ଏବଂ ଉକ୍ତ ଚୋରା ଗଞ୍ଜେଇ କାରବାରରେ ଲିପ୍ତ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମ.ରାମପୁର ଥାନା ଯାମୁଲି ଗ୍ରାମର ଗାଲାନା ମାଝୀ(୩୫) ଓ କିଜୁ ମାଝୀ(୬୨), ଦେଡସୁଲି ଗ୍ରାମର ନାଇବା ହରିଜନ(୨୮) ଓ ଜୀମେନ୍ଦ୍ର ହରିଜନ (୫୭) ବୋଲି ସ୍ପଷ୍ଟ କରିଛି । ଚୋରା ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଏନ୍ଡ଼ିପିଏସ୍ ଆଇନ ଅନୁଯାୟୀ ମ.ରାମପୁର ପିଏସ୍ କେସ ନଂ ୨୨୧/ ୨୦୨୬ରେ କେସ ପଞ୍ଜୀକୃତ କରି ଅଭିଯୋଗକାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।