ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଶୈଳବାଳା ଷଡଙ୍ଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ଶୈଳବାଳା ଷଡଙ୍ଗୀଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ରାଜ୍ୟ ସରକାର ସମ୍ମାନିତ କରିବା ସହ ୧୦ହଜାର ଟଙ୍କା ଆର୍ଥିକ ରାଶି ପ୍ରୋତ୍ସାହନ ସୂରୁପ ପ୍ରଦାନ କରିଛନ୍ତି । ସୁନ୍ଦରଗଡଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ବନ ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ସୁନ୍ଦରଗଡ ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ଓ ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁଶ୍ରୀ ଷଡଙ୍ଗୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିଥିଲେ । ଏହି ପୁରସ୍କାର ତାଙ୍କ ମା’ ପ୍ରମିଳା ଷଡଙ୍ଗୀ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ସୁଶ୍ରୀ ଷଡଙ୍ଗୀ କେନ୍ଦ୍ରାପଡା ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପା ଅଭୟ କୁମାର ଷଡଙ୍ଗୀ ଆର୍‌ଏସ୍‌ପିରୁ ଅବସର ପରେ ସଂପ୍ରତି ସେକ୍ଟର ୮ରେ ଅବସ୍ଥାନ କରୁଛନ୍ତି । ଶୈଳବାଳା ସଂପ୍ରତି ଜି.ଏନ.ଖାଲସା ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣେ ସୁସାହିତ୍ୟିକ ହେବା ସଂଗେ ସଂଗେ ସମାଜସେବା, ବୃକ୍ଷରୋପଣ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ସେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହେବା ପରେ ସହରର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.