pakka

ନୃସିଂହନାଥରେ ବିଜେଡି ଦଳ ବିଦ୍ରୋହୀ କର୍ମୀଙ୍କ ସମ୍ମିଳନୀ

bbehera

ପାଇକମାଲ, (କେପିଏନ୍‌ଏସ୍‌) : ନୃସିଂହନାଥ ଆୟୋସିଏଲ ଅତିଥି ଭବନଠାରେ ପଦ୍ମପୁର ନିର୍ବାଚନ ମଣ୍ତଳୀ ବିଜୁ ଜନତା ଦଳର ବିଦ୍ରୋହୀ ବରିଷ୍ଠ କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ସଦସ୍ୟ ଧବଳେଶ୍ଵର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ କଣ୍ଟିଜେନସି ସଭାପତି ତଥା ପୂର୍ବତନ ସାଂସଦ ନୋମିନି ବରିଷ୍ଠ ନେତା ଜୟନ୍ତ ପାଣିଗ୍ରାହୀ, ବିଜେଡି ଯୁବନେତା ରବିନାରାୟଣ ସାହୁ, ଡା. ନରେନ୍ଦ୍ର ପ୍ରଧାନ, ବସନ୍ତ ନନ୍ଦ, ଦିଲ୍ଲୀପ ରଣା, ଅରକ୍ଷିତ ପ୍ରଧାନ, ମାନସ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ଅନେକ ପୂର୍ବତନ ସରପଂଚ, ସରପଂଚ ଏବଂ ଗତ ଉପନିର୍ବାଚନରେ ବିଜେପି ଓ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା କର୍ମି । ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଯୋଗଦେଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବାରିହାଙ୍କୁ ବିରୋଧ କରିବା ପାଇଁ ମତ ରଖିଥିଲେ । ସଭାରେ ବରିଷ୍ଠ ନେତା ଜୟନ୍ତ ପାଣିଗ୍ରାହୀ କହିଲେ ଦଳକୁ ବଞ୍ଚାଇବାକୁ ପଡିବ ଆମ ମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ପଡିବ ଏବଂ ଏହାର ସମାଧାନ ନକଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବଡ କ୍ଷତି ହେବ । ଏଣୁ ଏକ ପ୍ରତିନିଧି ଦଳ ଯିବାକୁ ପଡିବ ବୋଲି ମତ ରଖିଥିଲେ ତାଙ୍କୁ ସମସ୍ତେ ସମର୍ଥନ କରିଥିଲେ । ରତ୍ନାକର ବାରିକ, ଅଲତାବ ମହମ୍ମଦ ସହ ବହୁ ପୁରୁଖା ବିଜେଡି କର୍ମୀ ଯୋଗଦାନ କରିଥିଲେ । ମଞ୍ଚାସୀନ ଅତିଥିମାନେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପୁରୁଖା କର୍ମୀମାନଙ୍କୁ ଅଣଦେଖା କରୁଥିବାରୁ ଆଗାମୀ ନିର୍ବାଚନରେ ସମ୍ପୂଣ୍ଣ ବିରୋଧ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଗଣେଶ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

18 − three =