pakka

ନୂତନ ବିଡିଓଙ୍କୁ ରାଜବୋଡାସମ୍ବର ସରପଞ୍ଚ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକରେ ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ ବୋଡାସମ୍ବର ସରପଞ୍ଚ ସଂଘ ପକ୍ଷରୁ ସଭାପତି ଆନନ୍ଦ କୁମାର ବେହେରାଙ୍କ ନେତୃତ୍ୱରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଡିଓ ବିଶ୍ୱନାଥ ସାହୁଙ୍କୁ ଫୁଲ ତୋଡା ସହିତ ଉପଢୌକନ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜନ ପ୍ରତିନିଧି ଏବଂ ବ୍ଲକ ଅଧିନସ୍ଥ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମରେ ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ସରପଞ୍ଚ ସଂଘ ସଂକଳ୍ପପବଦ୍ଧ ଥିବାବେଳେ ବିଡିଓ ଶ୍ରୀ ସାହୁ ମଧ୍ୟ ସରପଞ୍ଚମାନଙ୍କୁ ସଂପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଚୈତନ୍ୟ ଲୋହାର(ଭେଉଁରିଆ), ଉପସଭା ନେତ୍ରୀ ଦମୟନ୍ତୀ ପାଣ୍ଡେ (ଦହିତା), ତଥା ସମସ୍ତ ଗ୍ରାମ ପଂଚାୟତ ସରପଞ୍ଚ ଉପସ୍ଥିତ ରହି ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jay balangir
Leave A Reply

Your email address will not be published.

thirteen + seventeen =

error: Content is protected !!