jsm

ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନର ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ଯୁବ ସାମ୍ବାଦିକ ରଜନୀକାନ୍ତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନ (ଓସିଇଏମ୍) ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ କଳାହାଣ୍ଡି ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ନିଆରା ତଥା ସ୍ୱଚ୍ଛ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରୁଥିବାରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳର ଯୁବ ସାମ୍ବାଦିକ ରଜନୀକାନ୍ତ ସାହୁଙ୍କୁ ମଞ୍ଚରେ ଅତିଥିଗଣ ସମ୍ମାନିତ କରିଥିଲେ । ବରଗଡ ଜିଲ୍ଲାର କୋଣ ଅନୁକୋଣରୁ ସମ୍ବାଦ ପ୍ରକାଶ କରୁଥିବାରୁ ମଞ୍ଚରେ ଅତିଥିଗଣ ଶ୍ରୀ ସାହୁଙ୍କୁ ପ୍ରଶଂସା କରିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି କୃଷି ମହାବିଦ୍ୟାଳୟ ଡିନ୍ ପ୍ରଫେସର ଚିନ୍ତାମଣି ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଉପକୁଲସଚିବ ଡ଼.ଜୟଦେବ ସାହୁ, ସମ୍ମାନିତ ଅତିଥି ଟାଲି ଶିକ୍ଷା ମୁଖ୍ୟ ରିତେଶ ଖେତାନ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଲଳିତ କାନୁନଗୋ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ବିବେକ ସେନାର ପ୍ରତିଷ୍ଠାତା ଶିବରାମ ନାୟକ ମଂଚାସୀନ ଥିଲେ । ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନର ଅଧ୍ୟକ୍ଷ ଅମୀୟ କୁମାର ସାହୁ ସଭା ପରିଚାଳନା କରିଥିଲେ, ଏହି ମଞ୍ଚରେ ଅନେକ ପ୍ରତିଭାଧାରୀ ସମ୍ମାନିତ ହୋଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.