jayashree

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରସମାଲର ବରିଷ୍ଠ ଶିକ୍ଷକ ରମାକାନ୍ତ ବିଶ୍ଵାଲ ସୋମବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମହୋଦୟ ଅବସର ନେଉଥିବା ବିଶ୍ଵାଲ ସାରଙ୍କୁ ଉପଢୌକନ, ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ଵାଲ ସାର ଦୀର୍ଘ ୧୦ ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି । ତା.୦୮. ୦୫.୧୯୯୫ ମସିହାରେ ତାଙ୍କର ଚାକିରି ଜୀବନ ଆରମ୍ଭ କରି ତା.୩୧.୦୮.୨୦୨୬ ଅବସର ଗ୍ରହଣ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟନିଷ୍ଠା, ଦାୟିତ୍ଵବାନ ଶିକ୍ଷକ ଭାବରେ ପରିଚିତ ଥିଲେ । ଏହି ଅବସରକାଳୀନ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଷାନ ସାର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିର୍ଦ୍ଧା ସାର, ସିଆରସିସି ସୌରଭ ସାର, ସାଂସଦ ପ୍ରତିନିଧି ବୀରେନ୍ଦ୍ର କଠାର ସାର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତହସିଲ ଚିରଗୁନ ସାର, ଅବସରପ୍ରାପ୍ତ ଶିକ୍ଷକ ଭକ୍ତ ସାର ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଭାଗ୍ୟ ଜଗଦଳା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗିତିଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅପରାହ୍ନରେ ଏକ ଭାବବିହ୍ଵଳ ଓ ବର୍ଣାଢ୍ୟ ଶୋଭାଯାତ୍ରାରେ ମିର୍ଦ୍ଧାପଡାସ୍ଥିତ ବାସଭବନ ପର୍ଯ୍ୟନ୍ତ ବିଶ୍ୱାଳ ସାରଙ୍କୁ ପାଛୋଟି ନିଆଯାଇଥିଲା ।

Leave A Reply

Your email address will not be published.