csstore

ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଡାକ୍ତର ସ୍ୱାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି । ଡାକ୍ତର ରଥଙ୍କ ଆଦର୍ଶତା, ତ୍ୟାଗପୂର୍ଣ୍ଣ ସେବା, ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ଓ ଭୂମିକାକୁ ସମ୍ମାନ ଜଣାଇ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ରହ୍ମପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ଦ୍ୱିତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବରେ ଏହି ଭବ୍ୟ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକ୍ତର ରଥଙ୍କୁ ପଦକ ଓ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଭାରତ ସରକାରଙ୍କର ଶହେ ଦିନିଆ ଟି.ବି. ମୁକ୍ତ ଭାରତ ଅଭିଯାନକୁ ସାକାର କରିବା ଦିଗରେ ଡାକ୍ତର ରଥଙ୍କ ମହନୀୟ ଉଦ୍ୟମକୁ ମଞ୍ଚ ଉପରେ ପ୍ରତିପାଦନ କରାଯାଇ ତାହାଙ୍କ ଜନପ୍ରିୟତା, ଡାକ୍ତରୀ ସେବାରେ ଚମତ୍କାରିତା ପ୍ରଦର୍ଶନକୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକରେ ଟି.ବି. ମୁକ୍ତ ଭାରତ ଅଭିଯାନକୁ ୧୦୦ ଦିନ କାର୍ଯ୍ୟକ୍ରମର ସଫଳତା ପାଇଁ ସୁପରିଟେଣ୍ଡେନଙ୍କୁ ଏହି ସମ୍ମାନ ମିଳିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

jayashree
Leave A Reply

Your email address will not be published.