pakka

ପରିବେଶ ସୁରକ୍ଷା ନିମନ୍ତେ ଶୈଳବାଳାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ସମାଜସେବୀ ସୁଶ୍ରୀ ଶୈଳବାଳା ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡ ବନଖଣ୍ଡ ସ୍ତରୀୟ ୬୭ତମ ବନ୍ୟା ସପ୍ତାହ ପାଳନ ଅବସରରେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ ସଭାକକ୍ଷରେ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବୈତନିକ ବନ୍ୟଜନ୍ତୁ ସଂରକ୍ଷକ ପ୍ରଫେସର ଆଶୁତୋଷ ନାୟକ, ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ସହକାରୀ ବନ ସଂରକ୍ଷକ ଦିବାକର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବନ୍ୟଜନ୍ତୁ ସୁରକ୍ଷା ଓ ବନବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାନପୋଷ ଉପଖଣ୍ଡର ଶୈଳବାଳା ଷଡଙ୍ଗୀଙ୍କୁ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଯୋଗ୍ୟ ଯେ, ସୁଶ୍ରୀ ଷଡଙ୍ଗୀ ଜଣେ ସାହିତ୍ୟିକ ତଥା ସମାଜସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

Leave A Reply

Your email address will not be published.

two × 4 =