jsm

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିହନ ରାଶି ବଣ୍ଟନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ଅଧ୍ୟକ୍ଷ ସ୍ମାରକ ରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ବିହନ ରାଶି ବଣ୍ଟନ କରାଯାଇଛି । ଆତ୍ମା ପକ୍ଷରୁ ଆୟୋଜିତ ଏହି ସଭାରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ସଂଜୟ ପାଣି, ବ୍ଲକ କୃଷି ଅଧିକାରୀ ତରୁଣ କୁମାର ବେହେରା, ସହକାରୀ କୃଷି ଅଧିକାରୀ ସାନ୍ତନୁ କୁମାର ପଟେଲ, ପୁଇଁନ୍ତଲା ବ୍ଲକ କୃଷି ଅଧିକାରୀ ସ୍ୱସ୍ଥିକ ପଣ୍ଡା, ବଲାଙ୍ଗିର ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ବ୍ଲକ ବୈଷୟିକ ପରିଚାଳକ ପ୍ରବୀଣ କୁମାର ବାନାପିଲି ଉପସ୍ଥିତ ଥିଲେ । ଉକ୍ତ ସଭାରେ ପୁଇଁନ୍ତଲା ବ୍ଲକର ମୋଟ ୧୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ତଥା ଆନୁସଙ୍ଗିକ ଚାଷ ପାଇଁ ଗୋଷ୍ଠୀ ପ୍ରତି ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ମିଶ୍ର ସମସ୍ତ ଗୋଷ୍ଠୀଙ୍କୁ ଅର୍ଥ ପ୍ରଦାନ କରିବା ସହିତ ଶୁଭକାମନା ଜଣାଇଥିଲେ ।

yuvodaya
Leave A Reply

Your email address will not be published.