ସହଜ ମାନସାଙ୍କ ପୁସ୍ତକର ଦେୟମୁକ୍ତ ସଂସ୍କରଣ ଲୋକାର୍ପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପାରେଶ୍ଵର ମହାଲିଙ୍ଗ ସ୍ମୃତି କମିଟି ତରଫରୁ ସହଜ ମାନସାଙ୍କ ନାମକ ଏକ ପୁସ୍ତକ ଦେୟ ମୁକ୍ତ ବିତରଣ ନିମନ୍ତେ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅତିଥି ବକ୍ତା ଭାବରେ ଯୋଗଦେଇ ଥିବା ବେଳେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର, ପ୍ରେରଣା ସଂପାଦକ ରଘୁନନ୍ଦନ ସିଂହ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ପାରେଶ୍ୱର ମହାଲିଙ୍ଗ ସ୍ମୃତି କମିଟିର ମୁଖ୍ୟ ଗୌରୀଶଙ୍କର ମହାଲିଙ୍ଗ, ସଂପାଦକ ଦ୍ୟୁତିରଂଜନ ମହାଲିଙ୍ଗ ଓ ସଦସ୍ୟା ସୃଷ୍ଟି ସଂପ୍ରାସ ମହାଲିଙ୍ଗ ମଂଚାସୀନ ହୋଇଥିଲେ । ମଂଚାସୀନ ଅତିଥି ବୃନ୍ଦ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପାରେଶ୍ଵର ମହାଲିଙ୍ଗଙ୍କ ପୂର୍ବରୁ ୧୯୬୪ ମସିହାରେ ପ୍ରକାଶିତ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ମାନସାଙ୍କ ପୁସ୍ତକର ନୂତନ ଦେୟମୁକ୍ତ ସଂସ୍କରଣକୁ ଲୋକାର୍ପିତ କରିଥିଲେ । ଶେଷରେ ସ୍ମୃତି କମିଟିର ସଂପାଦକ ଦ୍ୟୁତିରଂଜନ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ଶିକ୍ଷକ କବି ସତ୍ୟାନନ୍ଦ ବିଶ୍ୱାଳ ସଂଯୋଜନା କରିଥିବା ବେଳେ ଶିକ୍ଷକ ରଂଜିତ ମିଶ୍ର, ସ୍ମୃତି ମହାଲିଙ୍ଗ, ସୌଭାଗ୍ୟ ନାଏକ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.