csstore

ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଚତୁର୍ଥ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ରାଜ୍ୟ ଓବିସି ମଞ୍ଚ ଓଡ଼ିଶା ର ଚତୁର୍ଥ ସାଧାରଣ ସଭା ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ର ପଡା ବଲାଙ୍ଗିରଠାରେ ଜିଲ୍ଲା ଓବିସି ମଞ୍ଚ ଉପ ସଭାପତି କିଶୋର ଚନ୍ଦ୍ର ସାଏଙ୍କ ଦ୍ଵାରା ନିର୍ବାଚନ ପ୍ରକ୍ରିୟା ଦୃଢ଼ୀକରଣ କରାଯାଇଥିଲା । ଗତ ୧୬ ମାର୍ଚ୍ଚ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିର୍ବାଚିତ ରାଜ୍ୟ ସଭାପତି ଭାବେ ଶଙ୍କର କୁମାର ପାତ୍ର ଉପସଭାପତି ରବିନ୍ଦ୍ର ଦଣ୍ଡପାଟ ରଞ୍ଜିତା ରାଣୀ ପ୍ରଧାନ, କୃତୀବାସ ପଲିଆ ଓ ଦୁର୍ଗା ପ୍ରସାଦ ନାଏକଙ୍କୁ ଯୁଗ୍ମ ସମ୍ପାଦକ ଏବଂ ଛବିଲ ବଗର୍ତ୍ତିଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରଦେଶୀ ବିଶ୍ୱାଳଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ କ୍ଷମତା ଅର୍ପଣ କରାଗଲା । ଭରତ ଲାଲ ରାଉତ, ଗୋପିନାଥ ବେହେରା, ରାକେଶ କୁମାର ସାହୁ,ଓ ନାରାୟଣ ସାହୁଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏବଂ ଉକ୍ତ ବୈଠକରେ ଏହାର ଦୃଢ଼ୀକରଣ ହୋଇଥିବା ସଭାପତି ଶଙ୍କର କୁମାର ପାତ୍ର ମନ୍ତବ୍ୟ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲା କମିଟି ଓ ବ୍ଲକ କମିଟି ପୁନର୍ଗଠନ କରିବା ଓ ସରକାରଙ୍କୁ ଓଡ଼ିଶାରେ ଅନୂନ୍ୟ ୨୭% ଓବିସି ସଂରକ୍ଷଣ, ରାଜନୀତି, ଶିକ୍ଷା ଓ ଚାକିରିରେ ପ୍ରଦାନ କରିବା ଏବଂ ହକ୍ ନ ମିଳିବା ଯାଏ ଲଢେଇ ଜୋରଦାର ହେବ ବୋଲି ଶ୍ରୀ ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ଓଡ଼ିଶା ତରଫରୁ ବେଲାର ସିଂ ଭୋଇ, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ସରୋଜ କୁମାର ମେଶ୍ଵା, ଟଙ୍କଧର ଗଡତ୍ୟା ସୁବାସିନୀ ସାହୁ, ଆନନ୍ଦ ପଧାନ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବର୍ଧିତ କରିଥିଲେ ।

jayashree
Leave A Reply

Your email address will not be published.