pakka

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

bbehera

ଧାମରା : ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଗତ ୧ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ତାରିଖରେ ଉଦ‌ଯାପିତ ହେବ ବୋଲି ଜଣାଯାଇଛି । ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏହି ସପ୍ତାହ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଧାମରା ଜାଗୁଳା ପଂଚାୟତ ଅତିକ୍ରମା କରି ଧାମରା ବସଷ୍ଟାଣ୍ଡ ଏବଂ ସମସ୍ତ ପେଟ୍ରୋଲ ପମ୍ପଠାରେ ଏହି ସଡକ ସୁରକ୍ଷା ବାବଦରେ ସମସ୍ତ ଜନସାଧାରଣ ଏବଂ ବାଇକ ଆରୋହୀଙ୍କୁ କିପରି ସଡକ ସୁରକ୍ଷା ମାନିଲେ ଆମ୍ଭେ ନିରାପଦରେ ନିଜ ଘରେ ପହଂଚି ପାରିବା ଏବଂ ସମସ୍ତ ସୁରକ୍ଷା ବଳୟ ଭିତରେ ବାଇକ ଚାଳକ କିପରି ବାଇକ ଚଳାଇବା ଦରକାର ସେ ବିଷୟରେ ଅବଗତ କରାଇଥିଲେ । ବାଇକ ଆରୋହୀମାନେ ହେଲ୍‌ମେଟ ପିନ୍ଧି ଯାତ୍ରା କରୁଥିବାରୁ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ଭାଷଣ କରୁଥିବା ବେଳେ ବିନା ହେଲ୍‌ମେଟରେ ଯାତ୍ରା କରୁଥିବା ବାଇକ ଚାଳକ ଏବଂ ଆରୋହୀମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ ସହ ବାଇକ ଚଳାଇବାକୁ ଉପଦେଶ ଦେଇଥିଲେ । ବିନା ହେଲ୍‌ମେଟରେ କୌଣସି ବାଇକ ଆରୋହୀଙ୍କୁ ପଟ୍ରୋଲ ନ ଦେବାକୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅବଗତ କରାଇଥିଲେ । ଗତ ୧ତାରିଖରୁ ଏହି ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ଅଧ୍ୟକ୍ଷତା କରୁଥିବା ବେଳେ ଏନ୍‌ଏସ୍‌ଏସ୍‌ର ଦାୟିତ୍ୱରେ ଥିବା ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ମଲିକ, ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ସାହୁ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନା କରିଥିଲେ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!