ବୌଦ୍ଧରେ ପୋଲିସ ପକ୍ଷରୁ ମାକ୍ସ ପାଇଁ ସଚେତନତା କାର୍ୟ୍ୟକ୍ରମ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ପୋଲିସ ପକ୍ଷରୁ ଆଜି ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଛକ ଓ ବସଷ୍ଟାଣ୍ଡ ଆଦିରେ ଲୋକେ ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ନମାନି ଏକାଠି ହେଉଥିବାରୁ ବିଭିନ୍ନ ଥାନା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇଥିଲେ । ଆସନ୍ତା କାଲିଠାରୁ ମାସ୍କ ଓ ସାମାଜିକ ଦୂରତା ରଖିବା ଉପରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯିବ ଓ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ଜୋରିମାନା ଓ ଦଣ୍ଡ ଦିଆଯିବ ବୋଲି ସୂଚନା ମିଳିଛି । ଆଜି ବୌଦ୍ଧ ବସଷ୍ଟାଣ୍ଡରେ ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ ଓ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ସମେତ ବିଭିନ୍ନ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ମିଳିତ ଭାବରେ ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା । ଗାଡିର ଡ୍ରାଇଭର ହେଲପରମାନଙ୍କୁ ସିଟ୍‌ ଅନୁଯାୟୀ ପେସେଞ୍ଜର ବସାଇବାକୁ, ମାସ୍କ ପରିଧାନ ଓ ଓଭରଲୋଡିଂ ନ କରିବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.