csstore

ମ.ରାମପୁର ବନାଞ୍ଚଳଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

  • ମଇ ମାସ ପର୍ଯ୍ୟନ୍ତ ନିୟମିତ ଚାଲିବ ସଚେତନ ସଭା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚର ରାମୁଡ, ମୋହନଗିରି ସେକ୍ସନ ଡୁଟ୍ଟାମୁଣ୍ଡା ଓ ଟାପରେଙ୍ଗ ତିନି ଗୋଟି ବନ ସଂରକ୍ଷଣ ସମିତିରେ ସଭାପତି ରାଧେଶ୍ୟାମ ପୋଡ଼, ଭୁବନେଶ୍ୱର ଭୋଇ ଓ ଗୌରାଙ୍ଗ ପାତ୍ରଙ୍କ ସଭାପତିତ୍ୱରେ ଏହି ଗ୍ରୀଷ୍ମଋତୁରେ ଜଙ୍ଗଲ ଓ ବନ୍ୟଯନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲାଗିବାର କାରଣ, ନିରାକରଣ, ଜନସାଧାରଣଙ୍କ ଦାୟିତ୍ୱ ଉପରେ ବୁଝାଇବା ସହ ଗ୍ରାମବାସୀ ଓ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏହି ବର୍ଷ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଉପରେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଗ୍ରାମବାସୀ ମିଳିତ ଭାବରେ ଶପଥ ପାଠ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ ଓ ମ. ରାମପୁର ବନପାଳ ରମେଶ ଚନ୍ଦ୍ର ବାଗ ସଚେତନତା ବାର୍ତା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବନରଖି ବାଳକୃଷ୍ଣ ଜାଲ, ବନବାସ ଶବର, ମଧୁସ୍ମିତା ଭୋଇ, ସବିତା ଘୋଷ, ବିକାଶ ଅଧିକାରୀ କୁନୁ ଛାତ୍ରିଆ, ସଦାନନ୍ଦ ପଧାନ, ଭୋଜରାଜ ସାହୁ, ଏନିମେଟର ଶେଷଦେବ ରଣା, ହରିଶ୍ଚନ୍ଦ୍ର ମାଝୀ, ପ୍ରତାପ କୁମରା, ବନକର୍ମଚାରୀ ତୁଳସିରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ସଭା, ଜଙ୍ଗଲ ବିଭାଗ, (ପି- ଏନ୍‌ଜିଓ) ଗ୍ରାମ୍ୟ ବିକାଶ ସଙ୍ଗଠନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମଇ ମାସ ପର୍ଯ୍ୟନ୍ତ ନିୟମିତ ଚାଲିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ କହିଛନ୍ତି ।

jayashree
Leave A Reply

Your email address will not be published.