jsm

ଓକେସିଏଲ୍‌ ପକ୍ଷରୁ ଡିଜିଟାଲ ସାକ୍ଷରତା ସଚେତନତା ଅଭିଯାନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ୍‌) ତରଫରୁ ରବିବାର ପୂର୍ବାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାର ନିକଟସ୍ଥ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉତ୍ସବରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରେଞ୍ଚ ପଞ୍ଚାୟତ ସରପଞ୍ଚ ହରିହର ସ୍ୱାଇଁ, ଗୁଆଳିପାଡ଼ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ସମିତିସଭ୍ୟା କଳ୍ପନା ପଟ୍ଟନାୟକ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣେନ୍ଦୁ ପ୍ରଧାନ, ପ୍ରିୟବ୍ରତ ପ୍ରଧାନ, ରୋଜାଲିନ ସ୍ୱାଇଁ, ଲିନା ତାଡ଼, ନମିତା ମାଝି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସଚେତନତା ପାଇଁ ଏକ ପ୍ରଚାର ରଥକୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।

yuvodaya
Leave A Reply

Your email address will not be published.