‘ଆତ୍ମହତ୍ୟା ନୁହେଁ, ଜୀବନ ଚାହେଁ’ ଉପରେ ମାରିସାର ସଚେତନତା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମ୍ପ୍ରତି ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟାକୁ ନେଇ ମଙ୍ଗଳବାର ବାଇଗଣବାଡିଆସ୍ଥିତ ବିବି କଲେଜ ସମ୍ମୁଖରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବଶକ୍ତି ହେଉଛନ୍ତି ଦେଶ ତଥା ରାଷ୍ଟ୍ର ଗଠନର ଉତ୍ସ । କିନ୍ତୁ ସବୁଦିନ ସମ୍ବାଦପତ୍ରରେ ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ଖବର ସାରା ବିଶ୍ୱ ପାଇଁ ଚିନ୍ତାଜନକ ହୋଇପଡ଼ିଛି । ପାରିବାରିକ କଳହ, ପ୍ରେମ ଜନିତ, ପରୀକ୍ଷାରେ ଅକୃତକାର୍ଯ୍ୟ ତଥା ଅନ୍ୟାନ୍ୟ କାରଣରୁ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି । ପ୍ରତିଦିନ ଆତ୍ମହତ୍ୟାର ହାର କ୍ରମାଗତ ଭାବେ ବଢି ଚାଲିଛି । ମନୁଷ୍ୟ ଜୀବନ ଏକ ମୂଲ୍ୟବାନ ଜୀବନ । ଯୁବସମାଜ ଏଥିପ୍ରତି ସଚେତନ ନହେଲେ ଭବିଷ୍ୟତରେ ଆତ୍ମହତ୍ୟା ଏକ ମହାବ୍ୟାଧିରେ ପରିଣତ ହେବ ବୋଲି ସ୍ଲୋଗାନ ଦେଇ ମାରିସା ପକ୍ଷରୁ ସଚେତନ କରାଯାଇଥିଲା । ତତ୍ ସହିତ ସ୍କୁଲ୍ , କଲେଜ ଏବଂ ହଷ୍ଟେଲ ଗୁଡିକରେ ମହିଳାମାନଙ୍କ ଉପରେ ବଢି ଚାଲିଥିବା ନିର୍ଯ୍ୟାତନା, ଆକ୍ରମଣ ଓ ଶୋଷଣ ଆଦିର ବିଚାର ପାଇଁ ଏବଂ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ “ମହିଳା ବିଚାରପତିଙ୍କ ତତ୍ତ୍ଵାବଧାନରେ ନ୍ୟାୟିକ କମିଶନ” ଗଠନ କରିବାକୁ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଦୃଢ଼ ଦାବୀ କରିଛନ୍ତି । ଛାତ୍ରୀନିବାସ ଗୁଡିକରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଘଟଣା ପ୍ରତ୍ୟକ ଦିନ ବଢ଼ିବାରେ ଲାଗିଛି ତେଣୁ ଅଭିଯୁକ୍ତ ଶିକ୍ଷକ ବା ଦୋଷୀ ବିରୁଦ୍ଧରେ ଦୃଢ଼ ଦଣ୍ଡବିଧାନ ପ୍ରଣୟନ ପାଇଁଁ ସରକାରଙ୍କୁ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ କରୁଣାକର ଟୁଡୁ, ବିଶ୍ଵଜିତ୍ ମହାନ୍ତ, କିଶୋର ନାଏକ, ରଣଜିତ୍ ମୁର୍ମୁ, ଶିବା ସୋରେନ୍, ବ୍ରଜ ସିଂ, ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.