oom

ବିଶ୍ଵ ପରିବେଶ ଦିବସରେ ସଚେତନତା ବାର୍ତ୍ତା ଦେଲେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୯ଟା ସମୟରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ଵ ପରିବେଶ ଦିବସ ପାଳନ ଓ ଲୋକମାନଙ୍କୁ ବୃକ୍ଷ (ଚାରା) ବଣ୍ଟନ ସହ ସଚେତନତା ବାର୍ତ୍ତା ଦିଆଯାଇଥିଲା । ବଲାଙ୍ଗିରରେ ବଢୁଥିବା ଉତ୍ତାପକୁ ନଜରରେ ରଖି ଗଛକୁ ନ କାଟି ଆହୁରି ବୃକ୍ଷ ରୋପଣ କରିବା ପାଇଁ କୁହାଯାଇଥିଲା । ଆଜି ବଲାଙ୍ଗିର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର କଲେକ୍ଟର ଅଫିସ ସମ୍ମୁଖରେ ବିଶ୍ଵ ପରିବେଶ ଦିବସ ପାଳନ ଓ ବୃକ୍ଷ (ଚାରା) ବଣ୍ଟନ କରାଯାଇ ସଚେତନତା କରାଯାଇଛି ଓ ସମସ୍ତେ “ଗଛ ବଚାନ୍ତୁ ଜୀବନ ବଚାନ୍ତୁ” ନାରା ଦେଇ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମରେଶ ତ୍ରିପାଠୀ, ସଭାପତି, ଜିଲ୍ଲା ବାର ଆସୋସିଏସନ୍, ଏକ୍ସନ କମିଟି ଆବାହକ ଗୋପଳଜୀ ପାଣିଗ୍ରାହୀ, ଉପସଭାପତି, ମୁନା ପଟ୍ଟନାୟକ, ଯୁବ ଏକ୍ସନ କମିଟି ସଭାପତି, ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ଉପସଭାପତି ପିଙ୍କୁ ବନଛୋର, ରବି ଖମାରୀ, ଶ୍ୟାମସୁନ୍ଦର ଗହିର, ଅପ୍ରମିତ ପରିଛା, ସୁମେସ ଡାଙ୍ଗ, ବିରେନ୍ଦ୍ର ପାଣ୍ଡେ, ଆଲୋକ ଭୋଇ, ସୁମିତ ଖୁଆସ, ସନ୍ଦିପ ବାଗ, ସାମ୍ବାଦିକ ସନ୍ଦିପ କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.