ଏକତା ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ମାଧ୍ୟମରେ ଜନତାଙ୍କୁ ସଚେତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଏକତା ମହୋତ୍ସବ ୨୦୨୬ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆମ ସଂଗଠନ ସହିତ ବିଭିନ୍ନ ସଙ୍ଗଠନ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଥିଲେ । ସଂଗଠନର ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ ଓ ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରାଙ୍କ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ସଂଗଠନ ତରଫରୁ ଯୋଗ ଉପରେ ବିଭିନ୍ନ ଆସନ ଓ ସୂର୍ଯ୍ୟ ନମସ୍କାର ପଦର୍ଶନ କରାଯାଇ ସଚେତନତା ସୃଷ୍ଠି କରାଯିବା ସହିତ ଜନତା କିଭଳି ନିଃଶୁଳ୍କରେ ନିରୋଗ ରହିବେ ତାପରେ ଅଙ୍ଗଭଙ୍ଗୀ ଓ ନୃତ୍ୟ ମାଧ୍ୟମରେ ଆଲୋକପାତ କରା ଯାଇଥିଲା । ଏହି ମହୋତ୍ସବ ରାଉରକେଲା ଇସ୍ପାତ ନଗରୀର ସେକ୍ଟର ୪ ଓ ୫ ମଧ୍ୟସ୍ଥ ସଡ଼କରେ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର, ଜିଲ୍ଲା ସଂଗଠନ ମନ୍ତ୍ରୀ, ସନ୍ଧ୍ୟା ରାଣୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, ଶରତ ଚନ୍ଦ୍ର ଦାସ, ଅଜିତ ପୃଷ୍ଟି, ସାବିତ୍ରୀ ସେନାପତି, କଳ୍ପନା କୁମ୍ଭାର, ଅନୁସୁୟା ବାରିକ, ରଶ୍ମିରେଖା ଦାସ, ତପସ୍ଵିନୀ ସାହୁ, କଳ୍ପନା ପଣ୍ଡା, ସସ୍ମିତା ସାହୁ, ବିଜୟଲକ୍ଷ୍ମୀ ମହାନ୍ତ, ବିଜୟିନୀ ମହାନ୍ତି, ସଂଯୁକ୍ତା ଦାସ, ସଯୁକ୍ତା ନାୟକ, ରେବତୀ ବେହେରାଙ୍କ ସମେତ ବହୁ ଯୋଗ ଶିକ୍ଷକ ଶିକ୍ଷୟିତ୍ରୀ, ସାଧକ ସାଧିକାବୃନ୍ଦ ଅଂଶ ଗ୍ରହଣ କରିଥିଲେ । ଆର୍‌ଏସ୍‌ପି ତରଫରୁ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.